ELECTION 2019NEWSODISHAPOLITICSTOP STORIES

ବେଦପ୍ରକାଶଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୨୦ ।୪(ଓଡିଶା ଭାସ୍କର): ପାଟକୁରା ବିଧାୟକ ପ୍ରାର୍ଥୀ ବେଦପ୍ରକାଶଙ୍କ ଅଗ୍ରୱାଲଙ୍କ ଦେହାନ୍ତ ପରେ ବିଭିନ୍ନ ମହଲରୁ ଶୋକର ମାହଲ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗ୍ରୱାଲଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି । ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ କରିବା ସହ କହିଛନ୍ତି କି, ବିଜୁ ବାବୁଙ୍କ ଘନିଷ୍ଠ ଥିଲେ ବେଦପ୍ରକାଶ ଅଗ୍ରୱାଲ । ଦୀର୍ଘ ଦିନ ଧରି ଲୋକଙ୍କ ସେବା କରିଛନ୍ତି ବେଦପ୍ରକାଶ ।’ ତାଙ୍କ ପରି ଜଣେ ମାର୍ଗଦର୍ଶକଙ୍କୁ ହରାଇବା ବ୍ୟକ୍ତିଗତ ଭାବେ ଅପୂରଣୀୟ, ଦଳ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଲେ ନବୀନ । ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତରେ ଆଠଗଡ଼ ବିଧାୟକ ରାଜା ସ୍ବାଇଁଙ୍କ ଶୋକ ପ୍ରକାଶ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଗ୍ରୱାଲଙ୍କ ମୃତ୍ୟୁ ଖବର ଶୁଣି ମର୍ମାହତ ହେବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ସେହିପରି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ବୈଜୟନ୍ତ ପଣ୍ଡା ଜୁଏଲ ଓରାମ୍ ଆଦି ବେଦପ୍ରକାଶଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ତେବେ ପାଟକୁରାରୁ ୨୦୦୯ ଓ ୨୦୧୪ରେ ବିଧାୟକ ଥିଲେ ବେଦପ୍ରକାଶ ।

Show More

Leave a Reply

Your email address will not be published. Required fields are marked *

Related Articles