fbpx

ଆସନ୍ତା ମାସରେ ଲାଗିବ ଦୁଇଟି ଗ୍ରହଣ: ଜାଣନ୍ତୁ ତାରିଖ, ସମୟ ଓ ପ୍ରଭାବ

ଆସନ୍ତା ମାସ ବା ଜୁନରେ ଦୁଇଟି ଗ୍ରହଣ ଲାଗିବାର ରହିଛି । ଏଥିରେ ଉଭୟ ଚନ୍ଦ୍ରଗ୍ରହଣ ଏବଂ ସୂର୍ୟ୍ୟପରାଗ ସାମିଲ ରହିଛି । ଆସନ୍ତା ମାସର ୫-୬ ତାରିଖରେ ଚନ୍ଦ୍ର ଗ୍ରହଣ ଲାଗିବାକୁ ଥିବା ବେଳେ ୨୧ ଜୁନ୍ ରେ ସୂର୍ଯ୍ୟପରାଗ ହେବ । ତେବେ ଆସନ୍ତୁ ଜାଣିବା ଜୁନ୍ ମାସରେ ହେବାକୁ ଥିବା ଗ୍ରହଣର ସମୟ ଓ ସୂତକ କାଳ..

ଆସନ୍ତା ଜୁନ୍ ୫ ରେ ଚନ୍ଦ୍ରଗ୍ରହଣ ଲାଗିବ, ଯାହାକି ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ । ଚନ୍ଦ୍ରଗ୍ରହଣ ସମୟ ସକାଳ ୧୧ ଟା୧୫ ମିନିଟରୁ ଆରମ୍ଭ ହେବ ଓ ଜୁନ୍ ୬ ରେ ଅପରାହ୍ନ ୨.୩୪ ରେ ଶେଷ ହେବ। ଦ୍ୱିତୀୟ ଚନ୍ଦ୍ରଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟମାନ ହେବ । ତେବେ ସୂତକ ଅବଧି ଚନ୍ଦ୍ରଗ୍ରହଣ ଆରମ୍ଭ ହେବାର ତିନି ଘଣ୍ଟା ପୂର୍ବରୁ ଆରମ୍ଭ ହେବ, ଯାହାକି ଚନ୍ଦ୍ରଗ୍ରହଣ ଶେଷ ହେବା ସହିତ ସମାପ୍ତ ହେବ ।

ଅନ୍ୟପଟେ ଜୁନ୍ ମାସରେ ସୂର୍ଯ୍ୟପରାଗ ଜୁନ୍ ୨୧ ରେ ଲାଗିବ । ଏହା ୨୦୨୦ ର ପ୍ରଥମ ସୂର୍ଯ୍ୟପରାଗ, ଯାହାକି ସମ୍ପୂର୍ଣ ଗୋଲାକାର ହେବ । ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ। ସୂର୍ଯ୍ୟପରାଗ ସକାଳ ୯:୧୫ ରେ ଆରମ୍ଭ ହୋଇ ଅପରାହ୍ନ ୨: ୨ ରେ ଶେଷ ହେବ । ତେବେ ଗ୍ରହଣ ସମୟରେ କୌଣସି ଶୁଭ କାର୍ୟ୍ୟ କରିବା ଉଚିତ ନୁହେଁ । ଏହାର କାରଣ ହେଉଛି ସେହି ସମୟରେ ଗ୍ରହଣର ସୂତକ ଅବଧି ପ୍ରଭାବଶାଳୀ, ଯାହାକି ଅଶୁଭ ସମୟ । ଏହି ସୂତକ ଅବଧି ଗ୍ରହଣର ୧୨ ଘଣ୍ଟା ପୂର୍ବରୁ ଲାଗିଥାଏ ଓ ଗ୍ରହଣ ସହ ଶେଷ ହୁଏ ।

ଗ୍ରହଣ ସମୟରେ କଣ କରିବା ଓ କଣ ନକରିବା ଉଚିତ ..

– ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଘରୁ ବାହାରକୁ ଯିବା ଉଚିତ୍ ନୁହେଁ ।

– ଗ୍ରହଣ ସମୟରେ ଚଷମା ପ୍ରୟୋଗ କରାଯିବା ଉଚିତ୍ ।

– ଏହି ସମୟ ମଧ୍ୟରେ ଛୁରୀ ବା ତୀକ୍ଷ୍ଣ ଜିନିଷ ବ୍ୟବହାର କରନ୍ତୁ ନାହିଁ ।

– ଗ୍ରହଣ ସମୟରେ ଖାଦ୍ୟ ଏବଂ ଜଳ ଖାଆନ୍ତୁ ନାହିଁ ।

– ଏହି ସମୟରେ ପୂଜା ଓ ସ୍ନାନ କରିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ ନାହିଁ ।

– ଗ୍ରହଣର ଖରାପ ପ୍ରଭାବକୁ ଏଡ଼ାଇବା ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ।

Get real time updates directly on you device, subscribe now.