fbpx

ଆଜି ବଦଳିଗଲା ସୁନା-ରୂପାର ମୂଲ୍ୟ

ଶୁକ୍ରବାର ତୁଳନାରେ ଆଜି ସୁନା ଓ ରୂପା ଦାମରେ ବଡ ପରିବର୍ତ୍ତନ ଘଟିଛି । ମଙ୍ଗଳବାରକୁ ସୁନା ଦର ୧୦ ଗ୍ରାମ ପିଛା ୧୦ ଟଙ୍କା ଶସ୍ତା ହୋଇଥିବା ବେଳେ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି । ଆଜି ସକାରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ସୁନା ୪୭,୦୯୦ ଟଙ୍କାରେ ବିକ୍ରି ହେଉଛି । ଏହା ପୂର୍ବରୁ ଶୁକ୍ରବାର ଦିନ ସୁନା ଦର ୪୭୧୦୦ ଟଙ୍କା ଥିଲା ।

ଅନ୍ୟପଟେ ରୂପା କିଲୋ ପିଛା ୯୪୦ ଟଙ୍କା ବୃଦ୍ଧି ପାଇ ୪୭,୯୮୫ ଟଙ୍କାରେ ପହଞ୍ଚିଛି । ସେହିପରି ୨୩ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦାମରେ ସାମାନ୍ୟ ହ୍ରାସ ଘଟିଥିବାର ରେକର୍ଡ କରାଯାଇଛି । ଏନେଇ ଇଣ୍ଡିଆ ବୁଲିଆନ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ ୱେବସାଇଟ (ibjarates.com)ରେ ସେମାନଙ୍କର ହାରାହାରି ମୂଲ୍ୟ ଅପଡେଟ୍ କରାଯାଇଛି ।

Get real time updates directly on you device, subscribe now.