fbpx

ଆଗାମୀ ୧ମାସ ଆମ ପାଇଁ ଚ୍ୟାଲେଞ୍ଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬ା୫(ଓଡ଼ିଶା ଭାସ୍କର): ଆଜି ଭିଡ଼ିଓ କନଫରେନ୍ସ ମାଧ୍ୟମରେ କରୋନା ସ୍ଥିତି ନେଇ ସଚିବଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଥିଲେ । ସେହି ବୈଠକରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଗୃହ ସଚିବ ଉପସ୍ଥିତ ରହିଥିଲେ । ଆଗାମୀ ୧୫ଦିନରୁ ୧ମାସ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି । ବିମାନ ଓ ରେଳ ଚଳାଚଳ ଆରମ୍ଭ ହେଉଥିବାରୁ ଆମ ପାଇଁ ଚାଲେଞ୍ଜର ସମ୍ମୁଖୀନ ହେବ । ଏହାକୁ ଉପଯୁକ୍ତ ଢ଼ଙ୍ଗରେ ମୁକାବିଲା କରିବୁ ବୋଲି ସେ କହିଛନ୍ତି । ଆମେ ଦୁଇ ମାସ ଧରି ଳକଡାଉନ ଭିତରେ ରହିଛୁ । ଏହି ସମୟରେ ଆମେ ଅନେକ ଉପଲବ୍ଧି ହାସଲ କରିଛୁ । ମାନବୀୟ ଚେହେରା ସହ ବୃତ୍ତିଗତ ଢ଼ଙ୍ଗରେ ପରିଚାଳନା କରିବୁ । ବୈଜ୍ଞାନିକ, ସାମାଜିକ, ପ୍ରଶାସନିକ ସ୍ତରରେ ଅନେକ ଶିକ୍ଷା ମିଳିଛି । ଏହାକୁ ଆଧାର କରି ପୁନଃନିର୍ମାଣ କାର୍ଯ୍ୟ କରିବାକୁ ପଡ଼ିବ । ଫଳରେ ଅର୍ଥନୈତିକ, ଜୀବିକା କାର୍ଯ୍ୟକଳାପ ସ୍ୱାଭାବିକ ହେବ ।
ଏହାସହ ସାମାଜିକ ଦୂରତା ବଜାୟ ରଖିବାକୁ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇପାରିଛି । ପଞ୍ଚାୟତ ଓ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରଗୁଡ଼ିକରେ ଭଲ କାମ ହୋଇଛି । ଓଡ଼ିଶାରୁ ୯୫% ରୋଗୀ କ୍ୱାରେଣ୍ଟିନ୍ ସେଣ୍ଟରରୁ ବାହାରିଛନ୍ତି । କରୋନା ଲଢ଼େଇରେ ସରପଞ୍ଚ ଓ ଉଦ୍ୟମକୁ ନବୀନ ପ୍ରଶଂସା କରିଛନ୍ତି । ଉଭୟ ବାତ୍ୟା ଓ କରୋନା ସ୍ଥିତିରେ ଅଧିକାରୀଙ୍କ ଉଦ୍ୟମକୁ ବି ପ୍ରଶଂସା କରିଛନ୍ତି । ପ୍ରବାସୀଙ୍କୁ ସରକାରୀ କ୍ୱାରେଣ୍ଟିନରେ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏହିସବୁ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦେଇଛନ୍ତି ।

Get real time updates directly on you device, subscribe now.