ELECTION 2019NATIONALNATIONAL NEWSNEWSPOLITICSTOP STORIES

୨୨ ଏପ୍ରିଲକୁ ଘୁଞ୍ଚିଲା ରାହୁଲ ଗାନ୍ଧୀଙ୍କ ନାମାଙ୍କନ ରଦ୍ଦ ମାମଲାର ଶୁଣାଣି, ନାଗରିକତା ଉପରେ ପ୍ରଶ୍ନ ଉଠାଇଲା ବିଜେପି

ନୂଆଦିଲ୍ଲୀ,୨୦ ।୪:ଉତ୍ତରପ୍ରଦେଶର ଅମେଠି ଲୋକସଭାରୁ ନିର୍ବାଚନ ଲଢିବାକୁ ଯାଉଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ପତ୍ରକୁ ନେଇ ତେଜିଛି ରାଜନୀତି । ରାହୁଲଙ୍କ ନାମାଙ୍କନ ଉପରେ କରାଯାଇଥିବା ଅଭିଯୋଗ ଉପରେ ଏହି ମାମଲାର ଶୁଣାଣି ଆସନ୍ତ ୨୨ ଏପ୍ରିଲକୁ ଘୁଞ୍ଚାଇଦେଇଛନ୍ତି ରିଟର୍ଣ୍ଣିଂ ଅଫିସର ।

ତେବେ ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ଏବଂ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଉପରେ ପ୍ରଶ୍ନ ଉଠାଇ ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲ କୌଶଲ ତାଙ୍କ ନାମାଙ୍କନ ରଦ୍ଦ କରିବାକୁ ଦାବି କରିଛନ୍ତି। ଧ୍ରୁବ ଲାଲ କୌଶଲଙ୍କ ଓକିଲ ଅଫଜଲ ୱାରିସ, ସୁରେନ୍ଦ୍ର ଚନ୍ଦ୍ର ଏବଂ ସୁରେଶ କୁମାର ଶୁକ୍ଲାଙ୍କ ଅଭିଯୋଗ ଉପରେ ଜିଲା ନିର୍ବାଚନ କାର୍ଯ୍ୟଳୟରେ ଶନିବାର ଶୁଣାଣି ହୋଇଥିଲା। ଆସନ୍ତା ୨୨ ରାହୁଲ ଗାନ୍ଧୀଙ୍କ ପକ୍ଷ ରଖିବେ ।

ଅପରପକ୍ଷେ ବିଜେପି ପ୍ରବକ୍ତା ଜେଭିଏଲ ନରସିହ୍ମା ରାଓ କହିଛନ୍ତି କି, ରାହୁଲ ଗାନ୍ଧୀଙ୍କ ପ୍ରକୃତ ନାଁ ରାହୁଲ ବିଚିଂ । ଏହାସହ ତାଙ୍କ ପାଖରେ ବ୍ରିଟେନର ନାଗରିକତା ରହିଛି । ଆଇନଜୀବୀ ଅଭିଯୋଗ କରିଛନ୍ତି ଯେ ରାହୁଲ ନିଜ ସତ୍ୟପାଠରେ ଇଂଲଣ୍ଡରେ ଥିବା ନିଜ କମ୍ପାନୀ ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି । ସେ ରାହୁଲଙ୍କୁ ବ୍ରିଟେନର ନାଗରିକ ବୋଲି କହିଛନ୍ତି ଏବଂ ତାଙ୍କ ଡିଗ୍ରୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ଓକିଲ ଦାବି କରିଛନ୍ତି ଯେ ରାହୁଲଙ୍କ ସତ୍ୟପାଠରେ ଯେଉଁ କଲେଜ ସେ ପଢିଥିବା ଉଲ୍ଲେଖ କରିଛନ୍ତି ପ୍ରକୃତରେ ସେ ସେହି କଲେଜରେ ପାଠ ପଢିନାହାନ୍ତି । ଆଇନଜୀବୀ ଜଣଙ୍କ ନିର୍ବାଚନ ଅଧିକାରୀଙ୍କୁ ଏସମ୍ପର୍କରେ ସବୁ ପ୍ରମାଣ ପତ୍ର ଦେଇଛନ୍ତି । ଏପରିକି ରାହୁଲଙ୍କ ପାଖରେ ଭାରତୀୟ ହେବାର କୌଣସି ପ୍ରମାଣପତ୍ର ନାହିଁ ।

Show More

Related Articles

Leave a Reply

Your email address will not be published. Required fields are marked *