ELECTION 2019NATIONALNEWSPOLITICSTOP STORIES

ଆସିଲା ଏଡିଆର ରିପୋର୍ଟ, ୨୭% ଲୋକସଭା ପ୍ରାର୍ଥୀ କୋଟିପତି

ଭୁବନେଶ୍ୱର,୨୦/୪(ଓଡିଶାଭାସ୍କର): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରକାଶ ପାଇଛି ଏଡିଆର ରିପୋର୍ଟ । ୬ଟି ଲୋକସଭା ଆସନ ପାଇଁ ୬୧ ଜଣ ପ୍ରାର୍ଥୀ ଲଢୁଥିବା ବେଳେ ସମୀକ୍ଷା ହୋଇଥିବା ୬୦ ପ୍ରାର୍ଥୀଙ୍କ ମଧ୍ୟରୁ ୨୭ ପ୍ରତିଶତ ପ୍ରାର୍ଥୀ କୋଟିପତି ବୋଲି ଜଣାପଡିଛି । ବିଜେଡି ପ୍ରାର୍ଥୀ ପିନାକୀଙ୍କ ଅଛି ସର୍ବାଧିଳ ୧୧୭ କୋଟିର ସଂପତ୍ତି । ୨୬ କୋଟିର ସଂପତ୍ତି ସହ ବିଜେପିର ନୀତେଶ ଗଙ୍ଗଦେବ ଦ୍ୱିତୀୟ କୋଟିପତି ସ୍ଥାନରେ ଅଛନ୍ତି । ତେବେ କୋଟିପତି ତାଲିକାରେ ତୃତୀୟ ସ୍ଥାନରେ କଂଗ୍ରେସର କେ.ପି ସିଂଦେଓ ରହିଥିବା ଜଣାପଡିଛି । ଅନ୍ୟପଟେ ୨୫ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଥିବା ଏଡିଆର ରିପୋର୍ଟରୁ ଜଣାପଡିଛି ।
ସେହିପରି ବଡ଼ମ୍ବା କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତିଙ୍କର ଅଛି ସର୍ବାଧିକ ୧୦୬ କୋଟିର ସମ୍ପତ୍ତି । କୋଟିପତି ତାଲିକାର ଦ୍ବିତୀୟ ସ୍ଥାନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନଙ୍କର ଅଛି ୬୦ କୋଟି ଟଙ୍କାର ସମ୍ପତ୍ତି । ୪୬ କୋଟିର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ଅଛନ୍ତି ସ୍ଵାଧୀନ ପ୍ରାର୍ଥୀ ଶ୍ରୀମନ୍ତ ତ୍ରିପାଠୀ।

Show More

Related Articles

Leave a Reply

Your email address will not be published. Required fields are marked *