ELECTION 2019NATIONALNATIONAL NEWSNEWSPOLITICSTOP STORIES

ବିଜେପିକୁ ନିର୍ବାଚନ କମିଶନଙ୍କ ବଡ ଝଟକା, ବ୍ୟାନ୍ କଲେ ପିଏମ୍ ମୋଦୀଙ୍କ ଉପରେ ପ୍ରସ୍ତୁତ ୱେବ୍ ଏପିସୋଡ

ନୂଆଦିଲ୍ଲୀ,୨୦ ।୪: ବିଜେପିକୁ ନିର୍ବାଚନ କମିଶନଙ୍କ ବଡ ଝଟକା ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରସ୍ତୁତ ହୋଇଥିବା ୱେବ୍ ସିରିଜ୍ ବା ଧାରାବାହିକକୁ ପରବର୍ତ୍ତୀ ନିର୍ଣ୍ଣୟ ପର୍ଯ୍ୟନ୍ତ ଅନଲାଇନ୍ ଫ୍ଲାଟଫର୍ମରୁ ହଟାିବା ପାଇଁ ଆଦେଶ ଦେଇଛନ୍ତି ନିର୍ବାଚନ କମିଶନ । ସିନେମା ନିର୍ମାତା କମ୍ପାନୀ EROS NOWକୁ ଅନଲାଇନ୍ ଫ୍ଲାଟଫର୍ମରୁ ‘Modi-Journey of a Common Man’ର ୫ଟି ଏପିସୋଡକୁ ହଟାଇବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ପୂର୍ବରୁ ମଧ୍ୟ ନିର୍ବାଚନ କମିଶନ ୧୨ ଏପ୍ରିଲରେ ରିଲିଜ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍ ସିନେମା ଉପରେ କଟକଣା ଜାରି କରିଥିଲେ । ଏହି ଘଟଣାରେ ପ୍ରଥମେ ସିନେମା ଦେଖି ସପ୍ତାହ ମଧ୍ୟରେ ବନ୍ଦ ଲିଫାପାରେ ଏହାର ରିପୋର୍ଟ ଦେବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଯାହାର ଶୁଣାଣି ଚଳିତ ମାସ ୨୨ରେ ହେବ ।

Show More

Related Articles

Leave a Reply

Your email address will not be published. Required fields are marked *