fbpx

ତାଲାବନ୍ଦ ଯୋଗୁଁ କରୋନା ମୃତ୍ୟୁ ସଂଖ୍ୟା କମ ରହିଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୬ା୫: କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସରକାର । ଦେଶରେ ତାଲାବନ୍ଦ ଯୋଗୁଁ କରୋନା ମୃତ୍ୟୁ ସଂଖ୍ୟା କମ ରହିଛି ବୋଲି ଲବ ଅଗ୍ରୱାଲ କହିଛନ୍ତି । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ ଅଛି । କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାରୁ ମଧ୍ୟ ଫାଇଦା ମିଳିଛି । ଦେଶର ୬୧୨ଟି ଲ୍ୟାବରେ ନମୁନା ପରୀକ୍ଷା ଚାଲିଛି ବୋଲି ଆଇସିଏମଆର ପକ୍ଷରୁ ସୂଚନା ରହିଛି ।

ଦେଶରେ କରୋନା ମୃତ୍ୟୁସଂଖ୍ୟା ଏବେ ସୁଦ୍ଧା ୪,୧୬୭ ରେ ପହଞ୍ଚିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୫,୩୮୦ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ୮୦,୭୨୨ ଜଣ । ଏହାସହ ସୁସ୍ଥ ସଂଖ୍ୟା  ୬୦,୪୯୧କୁ ବୃଦ୍ଧି ପାଇଛି।କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଦେଶରେ ଗତ ୨୪ ଘଣ୍ଟାରେ ୧୪୬ ମୃତ, ୬୫୩୫ଟି ନୂଆ ଆକ୍ରାନ୍ତ ଚିହ୍ନଟ ଓ ୨୭୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Get real time updates directly on you device, subscribe now.