fbpx

୬ ନୁହେଁ ବରଂ ୨୦ ଫୁଟ ଦୂରକୁ ବ୍ୟାପିପାରେ କରୋନା

ସାରା ବିଶ୍ୱରେ ଭୟଙ୍କର ଭାବେ ମାଡିଚାଲିଛି କରୋନା ଭାଇରସ । ଏହି ସମସ୍ୟାରୁ ଦୂରେଇ ରହିବାକୁ ହେଲେ ଘରେ ରହିବ ଓ ସାମାଜିକ ଦୂରତାକୁ ବର୍ତ୍ତମାନ ସମୟରେ ଅଧିକ ଗୁରୁତ୍ୱ ଦିଆଯାଉଛି । ସାମାଜିକ ଦୂରତା ପାଇଁ ପରସ୍ପରଠାରୁ ୬ ଫୁଟ ଦୂରତାରେ ରହିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଉଥିଲେ । କିନ୍ତୁ ଆଉ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ୬ ଫୁଟ ଦୂରତା ବି କରୋନା ପାଇଁ ସୁରକ୍ଷିତ ନୁହେଁ। କାରଣ କାଶିବା, ଛିଙ୍କିବା କିମ୍ବା ନିଃଶ୍ୱାସରେ ବାହାରୁଥିବା ଘାତକ କରୋନା ଭାଇରସ ୨୦ ଫୁଟ ଦୂର ପର୍ଯ୍ୟନ୍ତ ବ୍ୟାପିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଆମେରିକାର ସେଣ୍ଟା ବାରବରା ୟୁନିଭର୍ସିଟି ଅଫ କାଲିଫର୍ଣ୍ଣିଆର ବିଶେଷଜ୍ଞମାନେ କହିଛନ୍ତି, ଏହି ନଭେଲ କରୋନା ଭାଇରସ ଅନୁକୂଳ ପରିସ୍ଥିତିରେ ତିନି ଗୁଣ ଦୂର ପର୍ଯ୍ୟନ୍ତ ବ୍ୟାପିପାରେ। ଏହି ଭାଇରସ ପ୍ରତି ସେକେଣ୍ଡରେ ୧୦୦ ମିଟରରୁ ଅଧିକ ପର୍ଯ୍ୟନ୍ତ ଯାଇପାରେ। ଏହା ସହ ଗରମ ଏବଂ ଶୁଖିଲା ପାଗ ଯୋଗୁ ଡ୍ରପଲେଟ୍‌ ସହଜରେ ବାଷ୍ପ ହୋଇ ଏୟାରସୋଲ ପାଟିକିଲ୍‌ ତିଆରି କରେ ଯାହା ବହୁ ଦୂର ପର୍ଯ୍ୟନ୍ତ ସଂକ୍ରମଣକୁ ପ୍ରସାରତି କରିପାରେ। ଫେସ୍‌ ମାସ୍କ ପିନ୍ଧିବା ଦ୍ୱାରା ହିଁ ଏହାକୁ ରୋକାଯାଇପାରିବ ।

Get real time updates directly on you device, subscribe now.