fbpx

କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ କ୍ୟାବିନେଟ ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଅଣ୍ଡର ଗ୍ରାଜୁଏଟ କୋର୍ସକୁ ପରଫେକ୍ଟ ଡିଗ୍ରୀ କୋର୍ସ ଅନୁମତି ମିଳିଛି । ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ କାର୍ଯ୍ୟକ୍ରମ ଉପରେ ପଦକ୍ଷେପ ନିଆଯିବ । ଏହି କାର୍ଯ୍ୟକ୍ରମରେ ପିଲାଙ୍କୁ ଜୋତା ଓ ସୁଇଟର ମିଳିବ । ଆସ୍କା କୋପରେଟିଭ୍ ସୁଗାର ଲି.କୁ ୧୫କୋଟି ସହାୟତା ମିଳିବ । କ୍ୟାସ୍ କ୍ରେଡ଼ିଟ ଆକାରରେ ଋଣ ନେବାକୁ କ୍ୟାବିନେଟର ଅନୁମୋଦନ ମିଳିଛି । ଏହି ଟଙ୍କା ଆଖୁ ଚାଷୀଙ୍କୁ ପ୍ରଦାନ କରିବ ଆସ୍କା କୋପରେଟିଭ୍ ସୁଗାର.ଲି । ଏଗ୍ରିକଲଚର ଆକ୍ଟ-୧୯୫୬ରେ ସଂଶୋଧନକୁ ଅନୁମୋଦନ ମିଳିଛି । ଇ-ମାର୍କେଟ ଜରିଆରେ ଉତ୍ପାଦକୁ ବିକି ପାରିବେ ଚାଷୀ । ହୋଟେଲ ଓ ରେଷ୍ଟୁରାଣ୍ଟ ପାଇଁ ଜମି ଦେବ ଇଡ଼କୋ । ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦିଆଯିବ । ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦିଆଯିବ । ଓରେଡ଼ାକୁ ଶକ୍ତି ବିଭାଗକୁ ଦିଆଯାଇଛି । ଓରେଡ଼ା( ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ଏଜେନ୍ସ)କୁ ଶକ୍ତି ବିଭାଗକୁ ଦିଆଯାଇଛି । ସୋସାିଯି ଆକ୍ଟରେ ପରିବର୍ତ୍ତନ ଆସିଛି । ପ୍ରତି ୫ବର୍ଷରେ ନବୀକରଣ କରିବାକୁ ପଡ଼ିବ । ଓଏସ ଜୁନିଅର ବ୍ରାଞ୍ଚରେ ୧୯୨ ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାଜସ୍ୱ ବିଭାଗ ଅଧୀନରେ କାମ କରିବେ ନୂଆ ଓଏସ ଅଧିକାରୀ । ୨୦ରୁ ୫୦ କର୍ମଚାରୀ ଥିବା କାରଖାନା ପାଇଁ ତରେ ମାତ୍ର ପଞ୍ଜିକରଣ ସୁବିଧା ମିଳିବ ।

Get real time updates directly on you device, subscribe now.