fbpx

ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ କରୋନାରେ ମୃତ୍ୟୁ!

ଦୁନିଆର ସବୁଠାରୁ ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ମୃତ୍ୟୁ କରୋନା ଭାଇରସ୍ ଯୋଗୁଁ ହୋଇଛି ବୋଲି ଅନେକ କଳ୍ପନାଜଳ୍ପନା ଲାଗିରହିଛି । ବର୍ତ୍ତମାନ ସୁଦ୍ଧା ଏହା ପ୍ରମାଣ ହୋଇନଥିଲେ ମଧ୍ୟ ଇବ୍ରାହିମଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଦିନୁକ ଦିନ ଭାଇରାଲ ହେବାରେ ଲାଗିଛି । ଶୁକ୍ରବାର ଦିନ ଦାଉଦ୍ ଇବ୍ରାହିମ୍ ଓ ତାଙ୍କ ପତ୍ନୀ ମହଜବୀନ୍ କରୋନାରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି । କରୋନା ପଜିଟିଭ୍ ବାହାରିବା ପରେ ଉଭୟଙ୍କୁ କରାଚିର ଏକ ସାମରିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ତେବେ ପାକିସ୍ତାନରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଖବର ଆସିଛି ଯେ, କରାଚିରେ ଲୁଚି ରହିଥିବା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ଓ ତାଙ୍କ ପତ୍ନୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ଦାଉଦଙ୍କ ମୃତ୍ୟୁ ଖବରକୁ ଅସ୍ୱୀକାର କରିଛନ୍ତି ତାଙ୍କ ଭାଇ ଅନିସ୍ ଇବ୍ରାହିମ୍ । ଅନିସ ଦାବି କରିଛନ୍ତି ଯେ, ତାଙ୍କ ଭାଇ ଦାଉଦ୍ ଓ ଭାଉଜ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

କିନ୍ତୁ ଦାଉଦଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏହି କଥାରେ କେତେ ଯେ ସତ ରହିଛି , ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.