fbpx

ବଢିଲା PRI ପ୍ରତିନିଧିଙ୍କ ପାରିଶ୍ରମିକ, ଜାଣନ୍ତୁ ଏବେ କେତେ ପାଇବେ ସରପଞ୍ଚ?

ଭୁବନେଶ୍ୱର,୧୧ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ଖୁସିଖବର ଆଣିଦେଇଛନ୍ତି ସରକାର । ପଞ୍ଚାୟତ ପ୍ରତିନିଧିଙ୍କ ପାରିଶ୍ରମିକ ବଢାଇବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଣିକି ୧୮୮୦ ଟଙ୍କା ପରିବର୍ତ୍ତେ ୨୩୫୦ ଟଙ୍କା ପାଇବେ ସରପଞ୍ଚ । ଏହାଛଡା ଦୈନିକ ୪୦ ଟଙ୍କା ଭତ୍ତା ଓ ୨୦୦ ଟଙ୍କାର ସିଟିଂ ଫି ପାଇବେ ବୋଲି ଜଣାପଡିଛି ।ଏପ୍ରିଲ ୧ରୁ ପିଛିଲା ଭାବେ ଲାଗୁ ହେବ ବର୍ଦ୍ଧିତ ପାରିଶ୍ରମିକ ରାଶି।

ତେବେ ନାଏବ ସରପଞ୍ଚଙ୍କ ପାରିଶ୍ରମିକ ୭୫୦ ଟଙ୍କାରୁ ୯୪୦ ଟଙ୍କାକୁ ବୃଦ୍ଧି ପାଇଛି। ସମିତି ସଭ୍ୟଙ୍କ ପାରିଶ୍ରମିକ ବି ୧୮୮୦ ଟଙ୍କାରୁ ୨୩୫୦ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ପାରିଶ୍ରମିକ ୧୮୮୦ରୁ ୨୩୫୦ ଟଙ୍କା ହୋଇଛି। ଏଣିକି ପଞ୍ଚାୟତ ସମିତି ଅଧ୍ୟକ୍ଷ ୨୮୨୦ ଟଙ୍କା ବଦଳରେ ୩୫୩୦ ଟଙ୍କା ପାଇବେ।

 

Get real time updates directly on you device, subscribe now.