BOLLYWOODENTERTAINMENTTOP STORIES

ବଲିଉଡର ଅଭିନୟ ଗୁରୁ ରୋଶନ ତନେଜାଙ୍କ ଦେହାନ୍ତ

ମୁମ୍ବାଇ,୧୧ ।୫: ବଲିଉଡରେ ଅନେକ ନାମୀଦାମି କଳାକାରଙ୍କୁ ଅଭିନୟ ଶିଖାଇଥିବା ଗୁରୁ ରୋଶନ ତନେଜାଙ୍କ ଆଜି ଦେହାନ୍ତ ହୋଇଛି । ରେଶନଙ୍କ ପୁଅ ରୋହିତ ଏହି ସୂଚନା ଦେଇଛନ୍ତି । ୮୭ ବର୍ଷିୟା ରୋଶନ ହିନ୍ଦି ଫିଲ୍ମରେ ଶବାନା ଆଜମୀ, ନସୀରୁଦ୍ଦିନ ଶାହ, ଜୟା ବଚ୍ଚନ, ଅନିଲ କପୁର ଓ ଶତୃଘ୍ନ ସିହ୍ନାଙ୍କ ଭଳି ଦିଗଜ କଳାକାରଙ୍କୁ ଅଭିନୟ ଶିଖାଇଥିଲେ । ଦୀର୍ଘଦିନରୁ ଅସୁସ୍ଥ ଥିବା କାରଣରୁ ଆଜି ୯ଟା ୩୦ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଅପରାହ୍ନ ୪ଟା ୩୦ ସମୟରେ ରୋଶନଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ । ତେବେ ରୋଶନଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *