fbpx

୮ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ହୋଇଛି । ଏଥିରେ ୮ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ଲଗାଯାଇଛି । ସମୃଦ୍ଧି କୃଷି ନୀତି-୨୦୧୯କୁ ମଞ୍ଜୁରି ମିଳିଛି । ନୂଆ ଜ୍ଞାନ କୌଶଳରେ କୃଷି ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ । ଚାଷୀଙ୍କ ଆୟ ବଢାଇବାକୁ ୩ଟି ସୋପାନ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଓଡିଆ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ମିଳିଛି ମଞ୍ଜୁରି । ସତ୍ୟବାଦୀରେ ହେବ ଓଡିଆ ବିଶ୍ୱବିଦ୍ୟାଳୟ । ପୂର୍ବରୁ ଭୁବନେଶ୍ୱରରେ ହେବା ନେଇ ନିଷ୍ପତ୍ତି ହୋଇଥିଲା ।

ଓଡିଶା ସିଭିଲ ସର୍ଭିସ କ୍ୟାଡର ରୁଲରେ ପରିବର୍ତ୍ତନକୁ ମଞ୍ଜୁରି ମିଳିଛି । ଭଲ ପ୍ରଦର୍ଶନ କଲେ ନିଜ ବ୍ୟାଚ ବାହାରେ ଅଧିକାରୀମାନେ ପଦୋନ୍ନତି ପାଇବେ । ଓଏସଏସସି ଜରିଆରେ ହେବ ଅମିନ, ଆରଆଇ ଓ ଏଆରଆଇ ପରିକ୍ଷୀ । ଆଉ ଶାରୀରିକ ପରିକ୍ଷା ଦେବାକୁ ପଡିବନି ।

ଢେଙ୍କାନାଳ ଓଡିଶା ପଲିଫାଇଭର କମ୍ପାନୀକୁ ଷ୍ଟାମ୍ପ ଡ୍ୟୁଟି ଛାଡ ହୋଇଛି । ୨ କୋଟି ୧୫ ଲକ୍ଷର ଷ୍ଟାମ୍ପ ଡ୍ୟୁଟି ଛାଡକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରି ।

ସହକାରୀ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ବୟସ ସୀମା ବଢିଛି । ୩୩ ପରିବର୍ତ୍ତେ ୪୮ ବର୍ଷ ଯାଏଁ ଏ ପଦବୀରେ ନିଯୁକ୍ତ ହୋଇପାରିବେ । ଏହା ପରେ ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ଆହୁରୀ ବୟସ ସୀମା କୋହଳ କରାଯାଇଛି ।

ସିଭିଲ୍ ଜଜ୍ ପାଇଁ ପୂର୍ବତନ ସେନା କର୍ମଚାରୀ କୋଟାରେ ବୟସ କୋହଳ ହେବ । ସର୍ବୋଚ୍ଚ ବୟସ ସୀମା ୫ ବର୍ଷ ଯାଏ କୋହଳ ନିଷ୍ପତ୍ତିକୁ ମଞ୍ଜୁରି ମିଳିଛି । ଭିନ୍ନକ୍ଷମ ହୋଇଥିଲେ ସର୍ବୋଚ୍ଚ ବୟସ ସୀମା ୧୦ ବର୍ଷ କୋହଳ କରାଯାଇଛି ।

Get real time updates directly on you device, subscribe now.