fbpx

ଏନକାଉଣ୍ଟରରେ ୨ଆତଙ୍କବାଦି ସଫା

ଜମ୍ମୁ-କାଶ୍ମୀର, ୧୩/୬ : ଜମ୍ମୁ-କାଶ୍ମୀର ସ୍ଥିତ ପୁଲୱାମାର ତ୍ରାଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦିଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି।

ଆତଙ୍କବାଦୀ ଲୁଚିଥିବା ସୂଚନା ପାଇ ସେଠାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଜାରି କରିଥିଲେ। ଯାହା ଫଳରେ  ଉଭୟଙ୍କ ଭିତରେ ଗୁଳି ବିନିମୟ ହୋଇ ଦୁଇ ଆତଙ୍କବାଦୀ ସଫା ହୋଇଥିଲେ। ଏବେ ମଧ୍ୟ ଆଉ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି।

 

Get real time updates directly on you device, subscribe now.