CRICKETSPORTSPORTSTOP STORIES

ଆଜି ଆଇପିଏଲ୍-୧୨ ଟାଇଟଲ୍ ପାଇଁ ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନ୍ସ-ଚେନ୍ନାଇ ସୁପରକିଙ୍ଗସ୍

ହାଇଦ୍ରାବାଦ୍,୧୨ା୫: ଇଣ୍ଡିଆନ୍ ପ୍ରିମିଅର ଲିଗ୍ (ଆଇପିଏଲ୍)ର ମହା ମୁକାବିଲା ଅର୍ଥାତ ଫାଇନାଲ୍ ପାଇଁ ମଞ୍ଚ ପ୍ରସ୍ତୁତ ହୋଇ ରହିଛି । ରବିବାର ଆଇପିଏଲ୍ର ଦ୍ୱାଦଶତମ ସଂସ୍କରଣର ଟାଇଟଲ ପାଇଁ ମୁହାଁମୁହିଁ ହେବେ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ମୁମ୍ବାଇ ଇଣ୍ଡିଆନ୍ସ ଓ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗସ୍ । ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଆଇପିଏଲ୍ର ଗତ ୧୧ଟି ସଂସ୍କରଣ ମଧ୍ୟରୁ ମୁମ୍ବାଇ ୩ଟି ସଂସ୍କରଣରେ ଓ ଚେନ୍ନାଇ ୩ଟି ସଂସ୍କରଣରେ ଚାମ୍ପିଅନ୍ ହୋଇସାରିଛି । ତେଣୁ ଚତୁର୍ଥ ଥର ପାଇଁ ଟାଇଟଲ ହାତେଇବାକୁ ଉଭୟ ଦଳ ଆପ୍ରାଣ ଉଦ୍ୟମ କରିବେ । ତେବେ ଗତ ୧୧ଟି ସଂସ୍କରଣ ମଧ୍ୟରୁ ଚେନ୍ନାଇ ଟିମ୍ ୮ଥର ଫାଇନାଲ୍ରେ ପ୍ରବେଶ କରିସାରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ୫ମ ଥର ପାଇଁ ଏଭଳି କାରନାମା କରିସାରିଛି । ଉଭୟ ଦଳ ୩ଥର ଆଇପିଏଲ୍ ଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ୨ଥର ଚେନ୍ନାଇକୁ ପରାସ୍ତ କରି ଟାଇଟଲ୍ ହାତେଇଛି । ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ରେକର୍ଡ ୧୦୦ ପ୍ରତିଶତ ରହିଛି । କାରଣ ରୋହିତ ଶର୍ମା ଅଧିନାୟକଭାବେ ୨ଥର ଚେନ୍ନାଇକୁ ଫାଇନାଲ୍ରେ ପରାସ୍ତ କରିଛନ୍ତି । ୨୦୧୦ରେ ଫାଇନାଲ୍ରେ ଚେନ୍ନାଇ ଠାରୁ ମୁମ୍ବାଇ ପରାସ୍ତ ହୋଇଥିଲା ଏବଂ ସେତେବେଳେ ସଚିନ୍ ତେନ୍ଦୁଲକର ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିଲେ । ତେବେ ବର୍ତ୍ତମାନର ଉଭୟ ଟିମ୍ର ଖେଳାଳିଙ୍କ ଫର୍ମ ଦେଖିଲେ ଏହି ମ୍ୟାଚ୍ କଡ଼ା ଟକ୍କର ହେବ ବୋଲି ସ୍ପଷ୍ଟ ଅନୁମେୟ । ତେବେ ଯେଉଁ ଦଳ ଯୋଜନାବଦ୍ଧ ଭାବେ ଖେଳିବ ସେହି ଟିମ୍ ଚାମ୍ପିଅନ୍ ହେବ ବୋଲି ଚର୍ଚ୍ଚା ହେଉଛି । ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଉଭୟ ଟିମ୍ରେ ଅନେକ ଗେମ୍ ଚେଞ୍ଜର ଅଛନ୍ତି । ତେଣୁ ଯେ କୌଣସି ସମୟରେ ମ୍ୟାଚ୍ର ସ୍ଥିତି ପଲଟିପାରେ । ତେଣୁ ଉଭୟ ଟିମ୍ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ରେ ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ଦେଖିବାକୁ ମିଳିପାରେ ।

କାହାକୁ ମିଳିବ କେତେ ପ୍ରାଇଜ୍ ମନି

. ଚାମ୍ପିଅନ୍ ଟିମ୍କୁ ୨୦ କୋଟି ଟଙ୍କାର ଚେକ୍
. ରନର୍ସ ଅପ୍ ଟିମ୍କୁ ୧୨.୫ କୋଟି ଟଙ୍କାର ଚେକ୍
. ଅରେଞ୍ଜ୍ କ୍ୟାପ୍ (ସର୍ବାଧିକ ରନ୍ କରିଥିବା ଖେଳାଳି)ଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍
. ପର୍ପଲ୍ କ୍ୟାପ୍ (ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି)ଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍

Show More

Related Articles

Leave a Reply

Your email address will not be published. Required fields are marked *