fbpx

ଭାରତର ସବୁଠାରୁ ବୟସ୍କ କ୍ରିକେଟର ବସନ୍ତ ରାୟଜୀଙ୍କ ପରଲୋକ, ବିସିସିଆଇର ଶ୍ରଦ୍ଧାଞ୍ଜଳୀ

ଭାରତର ସବୁଠାରୁ ବୟସ୍କ କ୍ରିକେଟର ବସନ୍ତ ରାୟଜୀଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ୧୦୦ ବର୍ଷ ହୋଇଥିଲା । ଆଜି ଭୋର ସମୟରେ ମୁମ୍ବାଇର ବାଲକେଶ୍ୱରସ୍ଥିତ ନିଜ ବାସଭବନରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।

ତେବେ ରାୟଜୀ ଡାହାଣ ହାତରେ ବ୍ୟାଟିଂ କରୁଥିଲେ । ୧୯୪୦ ଦଶକରେ ରାୟଜୀ ମୋଟ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୨୭୭ ରନ୍ କରିଥିଲେ । ସେ ୧୯୪୧ ମସିହାରେ ବମ୍ବେ ପେଣ୍ଟେଗୁଲର ହିନ୍ଦୁ ଦଳରେ ରିଜର୍ଭ ଖେଳାଳି ଥିଲେ । ସେ ଗୋଟିଏ ଇନିଂସରେ ସର୍ବାଧିକ ୬୮ ରନ୍ କରିଥିଲେ ।

 

କ୍ରିକେଟରୁ ଅବସର ନେବା ପରେ ରାୟଜୀ ଲେଖାଲେଖି କରୁଥିଲେ । ଅବଶ୍ୟ ସେ ବୃତ୍ତି ଅନୁଯାୟୀ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଥିଲେ । ଚଳିତ ବର୍ଷ ଜାନୁଆରୀ ୨୬ରେ ହି ରାୟଜୀ ୧୦୦ ବର୍ଷରେ ପଦାର୍ପଣ କରିଥିଲେ । ତାଙ୍କର ୧୦୦ ତମ ଜନ୍ମଦିନ ଅବସରରେ ସଚିନ୍ ତେନ୍ଦୁଲକର, ଷ୍ଟିଭ୍ ୱଗ ଆଦି ବରିଷ୍ଠ ଖେଳାଳୀ ଯୋଗ ଦେଇଥିଲେ । ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରାୟଜୀଙ୍କ ମୃତ୍ୟୁ ପରେ କ୍ରିକେଟ ଜଗତରେ ଶୋକର ଲହରୀ ଖେଳିଯାଇଛି । ବିସିସିଆଇ ପକ୍ଷରୁ ରାୟଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।

Get real time updates directly on you device, subscribe now.