fbpx

ହେଲୋ… ମୁଁ ଆସୁଛି ଭୁବନେଶ୍ୱର

ଭୁବନେଶ୍ୱର,୧୩ା୬(ଓଡ଼ିଶା ଭାସ୍କର): ଓଲିଉଡ଼ର ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଉଛି । ଆଜି ତାଙ୍କୁ ଆଇସିୟୁରୁ ଡିସଚାର୍ଜ କରାଯାଇଛି । ବିଜୟଙ୍କୁ ଆଣିବା ପାଇଁ ଭୁବନେଶ୍ୱରରୁ ଏକ ଆମ୍ବୁଲାନ୍ସ ଗାଡ଼ି ସହିତ ଏକ ଟିମ୍ ଆଜି ହାଇଦ୍ରାବାଦ ଯାଇଛନ୍ତି । ଏହି ଟିମରେ ଜଣେ ଡାକ୍ତର, ଜଣେ ଟେକ୍ସିସିଆନ ଏବଂ ଦୁଇ ଜଣ ଡ୍ରାଇଭର ରହିଛନ୍ତି । ବିଜୟ ଭୁବନେଶ୍ୱର ଆସିବା ନେଇ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଥିରେ ସେ ନିଜର ହାତ ହଲାଇ କହୁଛନ୍ତି, ହେଲୋ ..ମୁଁ ଭୁବନେଶ୍ୱର ଆସୁଛି । ସୂଚନାୋଗ୍ୟ ଯେ, ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିବାରୁ ହାଇଦ୍ରାବାଦର ଏକ ମେଡିକାଲରେ ବିଜୟ ଚିକିତ୍ସିତ ହେଉଥିଲେ ।

Get real time updates directly on you device, subscribe now.