fbpx

ଗାଈ ନୁହେଁ, ଗଧ କ୍ଷୀରରୁ ପ୍ରସ୍ତୁତ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ପନିର

କଣ ଆପଣ ଜାଣନ୍ତି କି, ଦୁନିଆର ସବୁଠାରୁ ମହଙ୍ଗା ପନିର କେଉଁଠାରେ ପ୍ରସ୍ତୁତ ହୁଏ ? ତେବେ ଆସନ୍ତୁ ଜାଣିବା ଏହା କେଉଁଠି ଓ କେଉଁ ପ୍ରଣାଳୀରେ ପ୍ରସ୍ତୁତ ହେଉଛି ମହଙ୍ଗା ପନିର । ଦୁନିଆର ସବୁଠାରୁ ମହଙ୍ଗା ପନିର ୟୁରୋପିୟ ଦେଶର ସର୍ବିୟାର ଏକ ଫାର୍ମରେ ପ୍ରସ୍ତୁତ ହେଉଛି, ଯାହାର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୮ ହଜାର ଟଙ୍କା । ଏହି ପନିର ବିଷୟରେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଯେ ଏହା ଗାଈ ନୁହେଁ, ବରଂ ଗଧ କ୍ଷୀରରେ ପ୍ରସ୍ତୁତ ହେଉଛି । ଏଠାରେ ଗଧ କ୍ଷୀରରେ ବହୁ କମ୍ ମାତ୍ରାରେ ପନିର ପ୍ରସ୍ତୁତ ହୋଇଥାଏ ।

ଗଧ କ୍ଷୀରରେ ପ୍ରସ୍ତୁତ ଧଳାର ରଙ୍ଗର ଏହି ପନିର ବହୁତ ସ୍ୱାଦିଷ୍ଟ ହୋଇଥାଏ । ତେବେ ଏହି ପନିର ସ୍ୱାଦିଷ୍ଟ ହେବା ସହ ଶରୀର ପାଇଁ ବହୁ ଉପଯୋଗୀ ହୋଇଥାଏ ବୋଲି ଜଣାପଡିଛି । ଏହି ଫାର୍ମରେ ୨୦୦ରୁ ଅଧିକ ଗଧଙ୍କୁ ରଖି ପାଳନ କରାଯିବା ସହ ସେମାନଙ୍କ କ୍ଷୀରରେ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ ହୋଇଥାଏ । ତେବେ ଏହି କ୍ଷୀରରେ ମାଆ କ୍ଷୀର ଭଳି ଗୁଣ ରହିଥାଏ ବୋଲି କୁହାଯାଏ ।

Get real time updates directly on you device, subscribe now.