fbpx

ପୋଲିସ ଉପରକୁ ବୋମାମାଡ଼

ବାଲେଶ୍ବର, ୧୪/୬(ଓଡ଼ିଶା ଭାସ୍କର): ବାଲେଶ୍ବର ସ୍ଥିତ ରେମୁଣା ଥାନା ଶ୍ୟାମରାଇପୁର ଗାଁରେ ପୋଲିସ ଉପରକୁ ବୋମାମାଡ଼ ହୋଇଥିବା  ସୂଚନା ମିଳିଛି। ଦୁର୍ଦ୍ଦାନ୍ତ ଅପରାଧୀ ଇଶ୍ବର ମହାଳିକକୁ ଗିରଫ ପାଇଁ ଯାଇଥିବା ବେଳେ ସେ ପୋଲିସ ଉପରକୁ ବୋମାମାଡ଼ କରିଛିି । ସେ ଘର ଭିତରେ ରହି ପୋଲିସକୁ ଧମକ ଦେବା ସହ ପୋଲିସ ଉପରକୁ ଇଟା ଓ ୩ଟି ବୋମା ଫିଙ୍ଗିଛି । ବୋମାମାଡ଼ରେ କୌଣସି ପୋଲିସ କର୍ମଚାରୀ ଆହତ ହୋଇନଥିବା ସୂଚନା ରହିଛି।

ଉଲ୍ଲେଖ ଯୋଗ୍ୟ ଯେ ୩ ବର୍ଷ ତଳେ ମଧ୍ୟ ପୋଲିସ ଉପରକୁ ଗରମ ତେଲ ଫିଙ୍ଗିଥିଲା ଇଶ୍ବର ମହାଳିକ। ଏଥିସହିତ ବିଭିନ୍ନ ଥାନାରେ ଇଶ୍ବର ନାଁରେ  ଏକାଧିକ ମାମଲା ରହିଛି।

Get real time updates directly on you device, subscribe now.