ELECTION 2019NEWSODISHAPOLITICSTOP STORIES

ପ୍ରଥମଥର ପାଇଁ ଭିଭିପ୍ୟାଟରେ ହେବ ଭୋଟ୍ ଗଣତି, କାଲିଠାରୁ ଜିଲ୍ଲା ସ୍ତରରେ ଦିଆଯିବ ପ୍ରଶିକ୍ଷଣ: ସିଇଓ

ଭୁବନେଶ୍ୱର,୧୪ ।୫(ଓଡିଶା ଭାସ୍କର): ମେ ୨୩ରେ ରାଜ୍ୟର ୬୩ଟି କେନ୍ଦ୍ରରେ ଭୋଟ୍ ଗଣତି ଆରମ୍ଭ ହେବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ଏହା ସହ ସୁରେନ୍ଦ୍ର କହିଛନ୍ତି କି, କାଲିଠାରୁ ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ୬ ଦିନ ଧରି ୧୫ରୁ୨୦ ତାରିଖ ଯାଏ ତାଲିମ ନେବେ ୩୦ ରାଜ୍ୟସ୍ତରୀୟ ପ୍ରଶିକ୍ଷକ । ୧୪ଟି ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଆଜି ୧୬ ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯିବ ।’

ତେବେ ପ୍ରଥମଥର ପାଇଁ ଭିଭିପ୍ୟାଟରେ ଭୋଟ୍ ଗଣତି ହେବ ବୋଲି କହିଛନ୍ତି ସିଇଓ । ୫ଟି ବୁଥରେ ଭିଭିପ୍ୟାଟରେ ଭୋଟ ଗଣତିର ବ୍ୟବସ୍ଥା ରହିଛି । ପର୍ଯ୍ୟାୟକ୍ରମେ ଭିଭିୟପ୍ୟାଟରେ ଭୋଟ ଗଣତି ହେବ । ତେବେ ଓଡିଶାରେ ଭାଟ୍ ଗଣତି ପାଇଁ ଅଧିକ ସମୟ ଲାଗିବ ବୋଲି କହିଛନ୍ତି ସିଇଓ ।

Show More

Related Articles

Leave a Reply

Your email address will not be published. Required fields are marked *