fbpx

ଆସିଲା ସୁଶାନ୍ତ ସିଂଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଜାଣନ୍ତୁ କ’ଣ କହିଲେ ଡାକ୍ତର

ମୁମ୍ବାଇ,୧୫ ।୬: ବଲିଉଡ ଜଗତ ପାଇଁ ୨୦୨୦ ମସିହା ବହୁତ ଖରାବ ପ୍ରମାଣିତ ହୋଇଛି । ଋଷି କପୁର, ଇରଫାନ୍ ଖାନ୍, ୱାଜିତ ଖାନ ଓ ସୁଶାନ୍ତ ସିଂ ରାଜପୁତଙ୍କ ଭଳି ସଫଳ ଅଭିନେତାମାନଙ୍କୁ ହରାଇଛି ବଲିଉଡ । ଗତକାଲି ୩୪ ବର୍ଷୀୟ ସୁଶାନ୍ତ ସିଂ ରାଜପୁତ ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । କୁହାଯାଉଛି ଯେ ସୁଶାନ୍ତ ସିଂ ଗତ ୬ ମାସ ଧରି ଡିପ୍ରେସନରେ ଥିଲେ । ତାଙ୍କ ମୃତ ଶରୀର ରବିବାର ଅପରାହ୍ନ ୪ଟାରେ ମୁମ୍ବାଇର କପୁର ହସ୍ପିଟାଲକୁ ଅଣାଯାଇଥିଲା । ବିଳମ୍ବିତ ରାତିରେ ତାଙ୍କର ପୋଷ୍ଟମୋର୍ଟମ ରିପୋର୍ଟ ଆସିଥିଲା, ଯେଉଁଥିିରେ ମୃତ୍ୟୁର କାରଣ ଫାଶୀ ବୋଲି କୁହାଯାଇଛି । କିନ୍ତୁ ଶେଷ ରିପୋର୍ଟକୁ ଏବେ ବି ଅପେକ୍ଷା କରାଯାଇଛି ।

ଡାକ୍ତରମାନେ ସୁଶାନ୍ତ ସିଂହଙ୍କ ଗୁରୁତ୍ୱପୂର୍ଣର୍ ଅଙ୍ଗକୁ ଫୋରେନସିକ ପରୀକ୍ଷା ପାଇଁ ଜେଜେ ହହସ୍ପିଟାଲକୁ ପଠାଇଛନ୍ତି । ଶରୀରରେ କୌଣସି ପ୍ରକାରର ଡ୍ରଗ୍ସ ବା ଅନ୍ୟ ବିଷ ଅଛି କି ନାହିଁ ବୋଲି ସେଠାରେ ଚିହ୍ନଟ ହେବ । ୨ରୁ ୩ ଦିନ ମଧ୍ୟରେ ସୁଶାନ୍ତଙ୍କ ଭିସରା ରିପୋର୍ଟ ଆସିଯିବ । ସୁଶାନ୍ତ କେଉଁ କାରଣ ଯୋଗୁଁ ଆତ୍ମହତ୍ୟା କରିଛନ୍ତି, ସେନେଇ ପୋଲିସ ଛାନଭିନ୍ କରୁଛି । ମୃତଦେହ ନିକଟରୁ କୌଣସି ସୁଇସାଇଟ୍ ନୋଟ୍ ବି ମିଳିନାହିଁ । ଅନ୍ୟପଟେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ପାଇଁ ପାଟନାରୁ ତାଙ୍କ ପିତା, ଭାଇ ଓ ଭଉଣୀମାନେ ମୁମ୍ବାଇ ଆସିଛନ୍ତି ।

Get real time updates directly on you device, subscribe now.