NATIONALNATIONAL NEWSTOP STORIES

ଜୁନ ୬ରେ କେରଳ ଛୁଇଁବ ମୋସୁମୀ: ଆଇଏମଡି

ନୂଆଦିଲ୍ଲୀ, ୧୫/୫ : ପ୍ରାୟ ସପ୍ତାହେ ବିଳମ୍ବରେ ଭାରତରେ ପହଂଚିବ ମୌସୁମୀ । ପ୍ରଥମେ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ସ୍କାଏମେଟ ଏହା ପୂର୍ବାନୁମାନ କରିଥିବା ବେଳେ ଆଜି ଏପରି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ମାସ ୧୮ ରୁ ୧୯ ତାରିଖ ମଧ୍ୟରେ ଆଣ୍ଡାମାନ ଉପକୂଳ ସ୍ପର୍ଶ କରିବା ସାହ ଆସନ୍ତା ଜୁନ ମାସ ୬ ତାରିଖରେ କେରଳ ଉପକୂଳ ସ୍ପର୍ଶ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ସେହିପରି ମୌସୁମୀ କେରଳ ସ୍ପର୍ଶ କରିବାର ୮ରୁ ୧୦ ଦିନ ମଧ୍ୟରେ ଓଡିଶା ସ୍ପର୍ଶ କରିବ ବୋଲି ମଧ୍ୟ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି
। ତେବେ ମୌସୁମୀ ଡେରିରେ ପହଁଚୁଥିଲେ ମଧ୍ୟ ଚଳିତ ବର୍ଷ ଦେଶରେ ସ୍ୱାଭାବିକ ଅର୍ଥାତ ପ୍ରାୟ ୯୩ ପ୍ରତିଶତ ବର୍ଷା ହେବ ବୋଲି ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *