NEWSODISHATOP STORIES

ପୁରୀ ପାଇଁ ପ୍ୟାକେଜ ଘୋଷଣା କଲେ ନବୀନ

ପୁରୀ, ୧୫ା୫(ଓଡ଼ିଶା ଭାସ୍କର): ପୁରୀ ସର୍କିଟ ହାଉସଠାରେ ବାତ୍ୟା ଫୋନି ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିବା ପରେ ପୁରୀ ଜିଲ୍ଲାବାସୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘୋଷଣା ଅନୁଯାୟୀ ପ୍ରତି ପରିବାରକୁ ୧୦ଦିନ ଅନ୍ତରରେ ୨.୫ଲିଟର କିରୋସିନ ମାଗଣାରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରାସକକାର୍ଡ଼ ଥିବା ଓ ରାସନକାର୍ଡ଼ ନଥିବା ବ୍ୟକ୍ତି ଉଭୟ ୫୦କେଜି ଚାଉଳ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ପ୍ରଭାବିତ ଅଞ୍ଚଳରେ ଦଶଲକ୍ଷ କ୍ୟାଣ୍ଡେଲ ବଣ୍ଟନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିଭଳି ଆଗାମୀ ଦୁଇମାସ ପର୍ଯ୍ୟନ୍ତ ମାଗଣାରେ ସାନିଟାରି ନାପକିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବିଦ୍ୟୁତ ଭିର୍ତ୍ତିଭୂମି ସଜାଡ଼ିବା ପାଇଁ ପୁରୀ ସହରକୁ ତୁରନ୍ତ ବିଦ୍ୟୁତ ଯୋଗାଇବା ନିମନ୍ତେ ପ୍ରାୟ ଦଶହଜାର କର୍ମଚାରୀ ୨୪ଘଣ୍ଟା କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଛନ୍ତି । ଆଜି ରାତି ସୁଦ୍ଧା ନିମାପଡ଼ା, କୋଣାର୍କ, ପୁରୀର କିଛି ଅଞ୍ଚଳକୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *