NATIONALNEWSTOP STORIES

ପଶ୍ଚିମବଙ୍ଗରେ କାଲି ରାତି ୧୦ଟାରୁ ପ୍ରଚାର ବନ୍ଦ

ନୂଆଦିଲ୍ଲୀ, ୧୫ା୫: ପଶ୍ଚିମବଙ୍ଗରେ ନିର୍ଦ୍ଧାରିତ ତାରିଖର ଦିନକ ଆଗରୁ ପ୍ରଚାର କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ପାଇଁ ଇସିଆଇ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗରେ ହିଂସା ନେଇ ନିର୍ବାଚନ କମିଶନ ଏହିପରି ନିଷ୍ପତ୍ତି ନେଇଛନ୍ତି । ଶେଷ ପର୍ଯ୍ୟାୟର ୯ଟି ଆସନ ପାଇଁ କାଲି ରାତି ୧୦ଟାରୁ ପ୍ରଚାର କାର୍ଯ୍ୟକ୍ରମ ବନ୍ଦ କରାଯିବ । ପ.ବଙ୍ଗ ଏଡ଼ିଜି ସିଆଇଡ଼ି ରାଜୀବ କୁମାରଙ୍କୁ ଗୃହମନ୍ତ୍ରାଳୟ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । କାଲି ଦିନ ୧୦ଟା ସୁଦ୍ଧା ଗୃହମନ୍ତ୍ରାଳୟରେ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନିର୍ବାଚନ ନସରିବା ଯାଏଁ ସଭା ଆୟୋଜନ ଉପରେ କଟକଣା ଲାଗୁ କରାଯାଇଛି । ସପ୍ତମ ପର୍ଯ୍ୟାୟ ମତଦାନକୁ ଅବାଧ ଓ ହିଂସାମୁକ୍ତ କରିବାକୁ ନେଇ ଏହିପରି ପଦକ୍ଷେପ ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗରେ ମେ ୧୭ ସନ୍ଧ୍ୟା ୫ଟାରେ ପ୍ରଚାର ବନ୍ଦ ହେବାର ଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *