NEWSODISHATOP STORIES

ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ମହମାରୀ ରୋକିବାକୁ ହାଇ ଆଲର୍ଟରେ ପାଞ୍ଚ ଜିଲ୍ଲା

ଭୁବନେଶ୍ୱର, ୧୫ା୫(ଓଡ଼ିଶା ଭାସ୍କର): ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ଯେଭଳି କୌଣସି ଠାରେ ମହାମାରୀ ନବ୍ୟାପିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷକୁ ୫ଟି ଜିଲ୍ଲାକୁ ହାଇ ଆଲର୍ଟ ରଖାଯାଇଛି । ୫ଟି ଜିଲ୍ଲା ଗୁଡ଼ିକ ହେଉଛି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ।ଏହି ସବୁ ଜିଲ୍ଳାରେ ଥିବା ଡାକ୍ତରଖାନକୁ ଆସୁଥିବା ଝାଡ଼ାବାନ୍ତି ଆକ୍ରାନ୍ତ କିମ୍ବା ଜ୍ୱର ଆଦିରେ ପୀଡ଼ିତ ରୋଗୀ ଯଦି ଚିକିତ୍ସାପାଇଁ ଭର୍ତ୍ତି ହୁଅନ୍ତି ତେବେ ସେମାନଙ୍କର ନମୂନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରେ ମହାମାରୀର ସୂଚନା ନଥିବା ବେଳେ କାଁ ଭାଁ ଲୋକମାନେ ସାଧାରଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆସୁଛନ୍ତି । ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାରେ ୨ଟି ବ୍ଲକ ଯଥା ଗୋପ, ପୁରୀସଦର, କଣାସ, ସତ୍ୟବାଦୀ, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଡ଼ାଏଲିସିସ ବ୍ୟବସ୍ଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପଡ଼ିଛି । ସେହି ସବୁସ୍ଥାନରେ ଯଥେଷ୍ଟ ପରିମାଣରେ ଆବଶ୍ୟକ ଔଷଧ, ହାଲୋଜେନ ଓ କ୍ଲୋରିନ ବଟିକା, ସାଲାଇନ, ସାପକାମୁଡ଼ା ଇଞ୍ଜେକସନ ଆଦି ମହଜୁଦ ରଖାଯାଇଛି । ଆଇ ଆଲର୍ଟ କରାଯାଇଥିବା ୫ଟି ଜିଲ୍ଳାରେ ୭୪ଜଣ ଡ଼ାକ୍ତର ଓ ୨୩୪ଜଣ ପାରାମେଡ଼ିକ ମୁତୟନ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୨୦ଜଣ ଡ଼ାକ୍ତର ଓ ୨୦୦ ପାରାମେଡ଼ିକ ନିୟୋଜିତ ହୋଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *