NATIONALNATIONAL NEWSNEWSTOP STORIES

ଏନକାଉଣ୍ଟରରେ ୩ ଆତଙ୍କୀ ସଫା, ଜଣେ ଯବାନ ସହିଦ

ଜମ୍ମୁ,୧୬ ।୫: ଜମ୍ମୁ-କଶ୍ମୀରର ପୁଲୱାମାରେ ଆଜି ସକାଳେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଦଲିପୁରା ଅଞ୍ଚଳରେ ପୋଲିସ ଓ ସିଆରପିଏଫ୍ ଯବାନଙ୍କ ମିଳିତ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । କିନ୍ତୁ ଏଥିରେ ଜଣେ ଯବାନ ସହିତ ହୋଇଥିବା ବେଳେ ୨ ଯବାନ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି । ଗୁଳି ବିନିମୟରେ ୨ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି । ଏବେବି ସେଠାରେ ସର୍ଚ୍ଚ ଅପରେସନ ଜାରି ରଖିଛି । ସୁରକ୍ଷା ଦୃଷ୍ଟିରୁ ସେହି ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି । ଏହା ସହ ପୁଲୱାମାରେ କର୍ଫ୍ୟୁ ଲଗାଯାଇଛି । ସୂଚନା ମିଳିଛି କି, କେତେକ ଆତଙ୍କୀ ସ୍ଥାନୀୟ ଅଞ୍ଚଳରେ ଏକ ଘରେ ଲୁଚି ରହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *