NATIONALNEWSTOP STORIES

ଏଟିଏମ କାର୍ଡ଼ ଧାରୀ ସାବଧାନ, ବନ୍ଦ ହୋଇପାରେ ଏଟିଏମ !

ଭୁବନେଶ୍ୱର, ୧୬ା୫(ଓଡ଼ିଶା ଭାସ୍କର): ଆଜିକାଲିର ଡିଜିଟାଲ ଯୁଗରେ ସପିଂ ହେଉ କିମ୍ବା ମାର୍କେଟିଂ ସବୁଥିରେ ଆମେ ଏଟିଏମ କାର୍ଡ଼ ବ୍ୟବହାର କରୁଛେ । ଏଟିଏମ କାର୍ଡ଼ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଟ୍ରାଞ୍ଜାକସନ ସାଙ୍ଗକୁୁ କ୍ୟାସ ମଧ୍ୟ କାଢ଼ୁଛେ । କିନ୍ତୁ ଏବେ ଏଟିଏମ ମେସିନ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତେଣୁ କ୍ୟାସ ଟ୍ରାଞ୍ଜାକସନରେ ବାଧାପ୍ରାପ୍ତ ହେଉଛି । ବ୍ଲମବର୍ଗ ରିପୋର୍ଟ ଅନୁସାରେ ଆରବିଆଇର କଠୋର ନିୟମ କାରଣରୁ ବ୍ୟାଙ୍କ ଏବଂ ଏଟିଏମ ମେସିନରେ ଜରୁରୀ ପରିବର୍ତ୍ତନ ଯୋଗୁଁ ବ୍ୟାଙ୍କକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ଏଟିଏମ ମେସିନ କମିବାରେ ଲାଗିଛି ଏପଟେ ଟ୍ରାଞ୍ଜକସନ ବଢ଼ିବାରେ ଲାଗିଛି । ଦେଶରେ ୨ଲକ୍ଷ ୩୮ ହଜାର ଏଟିଏମ ରହିଥିବା ବେଳେ ସେଥିରୁ ୧ଲକ୍ଷ ୧୩ହଜାର ଏଟିଏମ ମାର୍ଚ୍ଚ ୨୦୧୯ ସୁଦ୍ଦା ବନ୍ଦ ହେବାର ଥିଲା । ଏଟିଏମ ମେସିନ ବନ୍ଦ ହେବା କାରଣରୁ ଆରବିଆଇ ଡ଼େପୁଟି ଗଭର୍ଣ୍ଣର ଆର.ଗାନ୍ଧୀ କହିଛନ୍ତି ଯେ ଏଟିଏମ ଅପରୋଟର ସେହ ବ୍ୟାଙ୍କରୁ ଇଣ୍ଟରଚେଞ୍ଜ ଫିସ ନେଇଥାନ୍ତି । ଏହି ଫିସ ନଦେବାରୁ ଏଟିଏମର ସଂଖ୍ୟା କମି କମି ଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *