BOLLYWOODENTERTAINMENTTOP STORIES

ଟାଇଗର ଶ୍ରଫଙ୍କ ପୂର୍ବରୁ ଏହି ଟିଭି ଷ୍ଟାରଙ୍କ ପ୍ରେମରେ ପଡିଥିଲେ ଦିଶା ପଟାନୀ, ଏହି କାରଣରୁ ଭାଙ୍ଗିଥିଲା ସମ୍ପର୍କ !

ମୁମ୍ବାଇ,୧୬ ।୫: ସିନେମାର ଏହି ମାୟା ଜଗତ ବା ଗ୍ଲାମର ଇଣ୍ଡଷ୍ଟ୍ରିରେ ସବୁ ଦିନ ବ୍ରେକ-ଅପ୍ ଓ ନୂଆ ସମ୍ପର୍କ ଦେଖିବାକୁ ମିଳୁଛି, କିନ୍ତୁ ସେମାନଙ୍କ ମଧ୍ୟରୁ କେତେକଙ୍କ ବିଷୟରେ ଜଣାପଡିବା ପରେ ଝଟକା ଲାଗିଥାଏ । ଏପରି ଏକ ଖବର ବଲିଉଡର ଅଭିନେତ୍ରୀ ଦିଶା ପଟାନୀଙ୍କୁ ନେଇ ସାମ୍ନାକୁ ଆସିଛି । କଣ ଆପଣଙ୍କୁ ଜଣା ଅଛି କି ‘baaghi 2’ର ଅଭିନେତ୍ରୀ ଦିଶା ପଟାନୀ ଟାଇଗର ଶ୍ରଫଙ୍କ ପୂର୍ବରୁ କେଉଁ ଟିଭି ଅଭିନେତାଙ୍କ ସହ ପ୍ରେମରେ ଉବୁଡୁବୁ ହେଉଥିଲେ ?

ରିପୋର୍ଟ ଅନୁସାରେ, ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିବା ପୂର୍ବରୁ ଦିଶା ପାର୍ଥ ସମଥାନଙ୍କ ପ୍ରେମରେ ପଡିଥିଲେ । କିନ୍ତୁ ଦିଶା ଏମଏସ୍ ଧୋନୀ ବାୟୋପିକରେ କାମ କରିବା ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।

ତେବେ ବିଗ୍ ବସ୍ ପ୍ରତିଯୋଗୀ ବିକାଶ ଗୁପ୍ତା ସହ ପାର୍ଥର ଝଗଡା ଲାଗିଥିବା ବିଷୟରେ ଜାଣିବା ପରେ ଦିଶା ଏହି ସମ୍ପର୍କରୁ ସବୁ ଦିନ ପାଇଁ ଦୂରେଇ ଯାଇଥିଲେ । ଏହା ପରେ ଦିଶା ନିଜ ସିନେମା ଦୁନିଆରେ ଆଗକୁ ବଢିବା ସହ ପାର୍ଥ ଓ ବିକାଶଙ୍କ ଝଗଡା ମଧ୍ୟ ଶୀତଳ ପଡିଗଲା । ଏବେ ଲୋକପ୍ରିୟ ଟିଭି ଷ୍ଟାର ପାର୍ଥ ସମଥାନ ଏକତା କପୁରଙ୍କ ‘କସୌଟି ଜିନ୍ଦେଗି କେ ୨’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଅନ୍ୟପଟେ ଦିଶା ବି ‘baaghi 2’ ସିନେମା ପରେ ଟାଇଗର ଶ୍ରଫଙ୍କ ସହ ଡେଟିଙ୍ଗ କରୁଥିବାର ଓ ଏକା ସାଙ୍ଗରେ ବୁଲୁଥିବାର ଦେଖିବାକୁ ମିଳୁଛି ।

ତେବେ ଖୁବଶୀଘ୍ର ସଲମାନ ଓ କ୍ୟାଟ୍ରିନାଙ୍କ ଆଗତ ସିନେମା ‘ଭାରତ’ରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଦିଶା ପଟାନୀ ।

Show More

Related Articles

Leave a Reply

Your email address will not be published. Required fields are marked *