NEWSODISHATOP STORIES

ସଂଧ୍ୟା ୮ଟା ପର୍ଯ୍ୟନ୍ତ ୭ ଜିଲ୍ଲା ସାବଧାନ

ଭୁବନେଶ୍ୱର, ୧୬/୫: (ଓଡିଶାଭାସ୍କର): ସଂଧ୍ୟା ୮ଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ କାଳବୈଶାଖୀ ହେବା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର । ଏଥି ସହ ଏହି ସମୟରେ ବଜ୍ରପାତ ହେବା ନେଇ ମଧ୍ୟ ସତର୍କ କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଭାଗ । ବଜ୍ରପାତ ସହ କାଳବୈଶାଖୀ ସତର୍କତା ଜାରି କରାଯାଇଥିବା ୭ଟି ଜିଲ୍ଲା ହେଉଛି- ମୟୁରଭଞ୍ଜ, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, କଳାହାଣ୍ଡି, ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲା । ଏହି ୭ ଜିଲ୍ଲାରେ ସଂଧ୍ୟା ୮ଟା ପର୍ଯ୍ୟନ୍ତ ସାଧାରଣ ଲୋକମାନଙ୍କୁ ସତର୍କ ରହିବା ପାଇଁ ସୂଚନା ଦେଇଛି ପାଣିପାଗ ବିଭାଗ ।

Show More

Related Articles

Leave a Reply

Your email address will not be published. Required fields are marked *