NEWSODISHATOP STORIES

କେନ୍ଦ୍ରାପଡ଼ାରେ ଫୋନି ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା, ୧୬ା୫(ଓଡ଼ିଶା ଭାସ୍କର): ସାମୁଦ୍ରିକ ଝଡ଼ ଫୋନି ଓଡ଼ିଶାର ଉପକୂଳବର୍ତ୍ତୀକୁ ଧ୍ୱଂସ ବିଧ୍ୱସ୍ତ କରିଦେଇଥିଲା । ଯାହାଫଳରେ ଓଡ଼ିଶାର କେତେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । କ୍ଷତିଗ୍ରସ୍ତ ଅଞ୍ଚଳରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଆଜି ସ୍ଥିତି ସମୀକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିଲେ । । କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦ୍ରାପଡ଼ାରେ ୩୦ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ । ପ୍ରତି ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ଖର୍ଚ୍ଚ ହେବ ୨କୋଟି ଟଙ୍କା । ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର ଓ ଜନ କଲ୍ୟାଣ କେନ୍ଦ୍ରର ମରାମତି ହେବ । ମରାମତି ପାଇଁ ପ୍ରତି ଅନୁଷ୍ଠାନ ପିଛା ଖର୍ଚ୍ଚ ହେବ ୨ଲକ୍ଷ ଟଙ୍କା । ଏସଏଚଜି, କୃଷକ ଓ ମତ୍ସ୍ୟଜୀବୀଙ୍କ ପାଇଁ ଜୀବିକା ପ୍ୟାକେଜ ବ୍ୟବସ୍ଥା କରାଯିବ । ଜଣେ ବି ଯୋଗ୍ୟ ବ୍ୟକ୍ତି ସହାୟତାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *