NEWSODISHATOP STORIES

ରାଜନାଥଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,୧୬/୫,(ଓଡିଶାଭାସ୍କର) : ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଛନ୍ତି । ବାତ୍ୟା ଫୋନି ପ୍ରଭାବରେ ବିଦ୍ୟୁତ ସେବା ଉପରେ ବେଶିମାତ୍ରାରେ ପ୍ରଭାବ ପଡିଛି । ସେଥିପାଇଁ ଏନଡିଆରଏଫରେ ଥିବା ନିୟମାବଳୀକୁ କୋହଳ କରିବା ପାଇଁ ନବୀନ ରାଜନାଥଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି । ଫୋନି ପ୍ରଭାବରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ବାତ୍ୟାରେ ୨୨୦ ଓ ୧୩୨ କେଭି ଟାୱାର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗ୍ରୀଡ ସବଷ୍ଟେସନ ଓ ୩୩ କେଭି ପୋଲ ମଧ୍ୟ ନଷ୍ଟ ହୋଇଛି । ଏହାର ପୁନରୁଦ୍ଧାର ପାଇଁ ନିୟମରେ କୋହଳ କରିବା ପାଇଁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *