fbpx

LAC ରେ ଉତ୍ତେଜନା: ସଫା ହେଲେ ଚୀନର ୫ ସୈନିକ, ଲୁହା ଛଡ ଓ ପଥରରେ କରିଥିଲେ ଆକ୍ରମଣ

ଭାରତ ଓ ଚୀନ୍ ମଧ୍ୟରେ ବହୁତ ସମୟ ଧରି ଲଦାଖରେ ଚାଲିଥିବା ବିବାଦ ଏବେ ଭୟଙ୍କର ରୂପ ନେଇଛି । ଏହାରି ମଧ୍ୟରେ ଆଜି ଲଦାଖର ଗଲୱାନ ଉପତ୍ୟକାରେ ଭାରତ-ଚୀନ୍ ଯବାନ୍ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ଭାରତର ଜଣେ ଅଧିକାରୀ ଓ ୨ ଯବାନ ସହିଦ ହୋଇଛନ୍ତି ।

କିନ୍ତୁ କୁହାଯାଉଛି ଯେ, କେବଳ ଭାରତର ନୁହେଁ ବରଂ ଚୀନର ବି ବହୁତ କ୍ଷତି ହୋଇଛି । ଚୀନ୍ ସେନାରୁ ୫ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଚୀନ୍ ମିଡିଆ ଗ୍ଲୋବାଲ ଟାଇମ୍ସ ଏହାକୁ ସ୍ପଷ୍ଟ କରିବାକୁ ମନା କରୁଛି । ଅନ୍ୟପଟେ ଭାରତ-ଚୀନ୍ ସୀମାରେ ହୋଇଥିବା ଆକ୍ରମଣରେ ଗୁଳିର ବ୍ୟବହାର ହୋଇନଥିଲା, ବରଂ ଲୁହା ଛଡ ଓ ପଥରରେ ଆକ୍ରମଣ ହୋଇଥିଲା । ଭାରତୀୟ ଯବାନଙ୍କୁ ଲୁହା ଛଡ ଓ ପଥରରେ ଚୀନ୍ ସେନା ଆକ୍ରମଣ କରିଥିବା ସୂତ୍ରରୁ ଖବର ମିଳିଛି । ପରେ ପରସ୍ପରକୁ ଲୁହା ଛଡ ଓ ପଥରରେ ଆକ୍ରାମଣ କରିଥିଲେ ।

ତେବେ ଭାରତୀୟ ସେନା ଦ୍ୱାରା ଜାରି ହୋଇଥିବା ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ସୋମବାର ରାତିରେ ଗାଲୱାନ ଉପତ୍ୟାକାରେ ଡି-ଏସ୍କାଲେସନ ପ୍ରକ୍ରିୟା ସମୟରେ ଭାରତ ଓ ଚୀନ୍ ଯବାନଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏହି ସମୟରେ ଭାରତୀୟ ସେନାର ଜଣେ ଅଧିକାରୀ ଓ ଦୁଇ ଯବାନ ସହିଦ ହୋଇଥିଲେ । ୧୯୬୨ ପରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ଏପରି ସଂଘର୍ଷ ହୋଇଥିଲା । ଚୀନ ସେନାକୁ ପଛକୁ ହଟାଇବା ବେଳେ ଏହି ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ସମୟରେ ମାମଲାକୁ ଶାନ୍ତ କରିବା ପାଇଁ ଉଭୟ ଦେଶର ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ବୈଠକ ଜାରି ହୋଇଛି ।

Get real time updates directly on you device, subscribe now.