NEWSODISHATOP STORIES

ଫୋନି ପାଇଁ ଅଟକି ଥିବା ଶ୍ରୀବିହାରର ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର, ୧୬ା୫(ଓଡ଼ିଶା ଭାସ୍କର): ସାମୁଦ୍ରିକ ଝଡ଼ ଫୋନି ପାଇଁ ସମସ୍ତ ପରୀକ୍ଷା ବାତିଲ ଥିବା ବେଳେ ସେହିପରି ଶ୍ରୀବିହାରର ପରୀକ୍ଷା ମଧ୍ୟ ଅଟକିଥିଲା । ସେନେଇ ଆଜି ଆଉଥରେ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ମେ ୨୨ରେ ଶିକ୍ଷାଶାସ୍ତ୍ରୀ ବିଇଡ଼ି ପ୍ରଥମ ବର୍ଷର ପରୀକ୍ଷା ହେବ । ସେହିପରି ବିଇଡ଼ି ଦ୍ୱିତୀୟ ବର୍ଷର ପରୀକ୍ଷା ମେ ୨୩ରେ କରାଯିବ । ଶିକ୍ଷାଶାସ୍ତ୍ରୀ ପ୍ରବେଶିକା ପରୀକ୍ଷା ମେ ୨୬ରେ ହେବ ବୋଲି ଧାର୍ଯ୍ୟ କରାଯାଇଛି । ଦିନ ୧୦ଟାରୁ ୧୨ଟା ଯାଏଁ ହେବ ପ୍ରବେଶିକା ପରୀକ୍ଷା । ଏନେଇ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *