fbpx

କରୋନା ଭାଇରସ ଚିକିତ୍ସାରେ ଡ଼େକ୍ସାମିଥାସୋନର ପରିଣାମକୁ ସ୍ୱାଗତ କଲା ଡ଼ବ୍ଲୁଏଚଓ

ନୂଆଦିଲ୍ଲୀ, ୧୭ା୬: ସାରା ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ୍ । ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହି ଭାଇରସ୍ ପାଇଁ ବହୁ ଲୋକ ପ୍ରାଣ ହରାଇ ସାରିଲେଣି । ଏହାର ପ୍ରତିଶେଧକ ଟୀକା ମଧ୍ୟ ବାହାରିନାହିଁ । କିନ୍ତୁ ଟୀକା ବାହାର କରିବା ଦିଗରେ ବୈଜ୍ଞାନିକମାନେ ଲାଗିପଡ଼ିଛନ୍ତି । ଏହାରିମଧ୍ୟରେ ଡ଼େକ୍ସାମିଥାସୋନର କ୍ଲିନିକାଲ ଟ୍ରାଏଲକୁ ସ୍ୱାଗତ କରିଛି ଡ଼ବ୍ଲୁଏଚଓ (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ।ଏହି ଔଷଧରେ କରୋନା ରୋଗୀ ସୁସ୍ଥ ହେଉଥିବା ବ୍ରିଟେନର ଡାକ୍ତରମାନେ ଦାବି କରୁଥିବା ବେଳେ ଏହି ଦାବିକୁ ସମର୍ଥନ ଜଣାଇଛି ଡ଼ବ୍ଲୁଏଚଓ ।


ଏହି ଔଷଧ ବହୁ ପୁରୁଣା ଓ ଶସ୍ତା ହୋଇଥିଲେ ମଧ୍ୟ କରୋନା ଆକ୍ରାନ୍ତ ଥିବା ଗମ୍ଭୀର ଅବସ୍ଥାରୁ ଲୋକଙ୍କୁ ବଞ୍ଚାଇବାରେ ଏହି ଔଷଧ ସଫଳ ହୋଇଛି । ବ୍ରିଟେନର ଜଣେ ଏକ୍ସପର୍ଟ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ ଏହା ଏକ ବଡ଼ ସଫଳତା । ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଏହି ଔଷଧ ଦେବା ପରେ ସେମାନଙ୍କ ଠାରେ ମୃତ୍ୟୁ ହେବାର ଆଶଙ୍କା ଏକ ତୃତୀୟାଂଶ କମିଯାଇଥିଲା । ତେଣୁ ଭେଣ୍ଟିଲେଟରରେ ଥିବା କରୋନା ରୋଗୀଙ୍କୁ ଏହି ମେଡ଼ିସିନ ଦିଆଯାଇପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଏହି ଔଷଧକୁ ସର୍ବବୃହତ ପରୀକ୍ଷଣରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ଯଦି ପୂର୍ବରୁ ବ୍ରିଟେନରେ ଏହି ମେଡ଼ିସିନ ଥାଆନ୍ତା ତେବେ ବହୁ ଲୋକ କରୋନାରୁ ବଞ୍ଚିଯାଇଥାନ୍ତେ ବୋଲି କୁହାଯାଉଛି । ଗୋଟିଏ ଥର ୨୦ ଜଣ କରୋନା ରୋଗୀଙ୍କ ଉପରେ ଏହି ଔଷଧ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୯ଜଣ କରୋନା ରୋଗୀ ସୁସ୍ଥ ହୋଇଯାଇଥିଲେ ।

Get real time updates directly on you device, subscribe now.