NEWSODISHATOP STORIES

ପ୍ରଭାବିତ ଅଞ୍ଚଳର ୯୪ପ୍ରତିଶତ ଲୋକଙ୍କୁ ଚାଉଳ ବଣ୍ଟାଯାଇଛି: ସଞ୍ଜୟ ସିଂହ

ଭୁବନେଶ୍ୱର, ୧୭ା୫(ଓଡ଼ିଶା ଭାସ୍କର): ସାମୁଦ୍ରିକ ଝଡ଼ ଫୋନି ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳକୁ ଧ୍ୱଂସ ବିଧ୍ୱସ୍ତ କରିଦେଇଥିଲା । ସେଥିରେ ବହୁତ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । କିନ୍ତୁ ଏବେ ଧୀରେ ଧୀରେ ସ୍ଥିତି ସୁଧୁରିବାରେ ଲାଗିଛି ବୋଲି ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ କହିଛନ୍ତି । ସେ କହିଛନ୍ତି ୬ଜିଲ୍ଲାରେ ୯୫% ରିଲିଫ ଟଙ୍କା ବଣ୍ଟା ଯାଇଛି । ଏବଂ ୯୪% ପ୍ରତିଶତ ଲୋକଙ୍କୁ ଚାଉଳ ମଧ୍ୟ ବଣ୍ଟାଯାଇଛି । ଅତିରିକ୍ତ ପେନସନ ୭୦ପ୍ରତିଶତ ଲୋକଙ୍କୁ ପ୍ରଦାନ କରାଯାଇଛି । ଏବଂ ପ୍ରାୟ ସବୁ ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଛି । ପୁରୀରେ ୫୪ଟି ବିଦ୍ୟୁତ ଫିଡ଼ରରୁ ୫ଟି କାର୍ଯ୍ୟକ୍ଷମ ହୋଇଛି ଯାହାଫଳରେ ୫ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି । ନିମାପଡ଼ାରେ ୨୮ରୁ ୩ଟି ଫିଡ଼ର କାର୍ଯ୍ୟକ୍ଷମ କରାଯାଇଛି ଯାହାଫଳରେ ୧ହଜାର ଉପଭୋକ୍ତା ବିଦ୍ୟୁତ ସଂଯୋଗ ପାଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *