NATIONALNEWSTOP STORIES

ପୁଲୱାମାରେ ଟଳିଲେ ଦୁଇ ଆତଙ୍କବାଦୀ

ପୁଲୱାମା,୧୮/୫ : ଆଜି ସକାଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିପଡିଛନ୍ତି ଦୁଇ ଆତଙ୍କବାଦୀ । ଜମ୍ମୁ କଶ୍ମୀରର ପୁଲୱାମା ନିକଟରେ ଆଜି ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଫଳସ୍ୱରୂପ ଦୁଇ ଆତଙ୍କବାଦୀ ନିପାତ ହୋଇ ଯାଇଥିଲେ । ମିଳିଥିବା ସୂଚନା ମୁତାବକ, ରାତି ସମୟ ପ୍ରାୟ ୨ଟା ୧୦ ମିନିଟରେ ପୁଲୱାମା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଯବାନଙ୍କ ଉପରକୁ ସେମାନେ ଗୁଳିଚାଳନା କରୁଥିବା ବେଳେ ଯବାନମାନେ ମଧ୍ୟ ସେମାନଙ୍କୁ କଡା ଜବାବ ଦେଇଥିଲେ । ତେବେ ସେମାନଙ୍କ ମୃତ ଶରୀର ଠାବ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରିଛନ୍ତି ଯବାନ ।

Show More

Related Articles

Leave a Reply

Your email address will not be published. Required fields are marked *