NEWSODISHATOP STORIES

ଭୁବନେଶ୍ୱର ଜିଜିପି କଲୋନୀରେ ଅଗ୍ନିକାଣ୍ଡ, ଜଳିଗଲା ୮ ଗାଡି

ଭୁବନେଶ୍ୱର,୧୮/୫,(ଓଡିଶାଭାସ୍କର) : ଭୁବନେଶ୍ୱର ଜିଜିପି କଲୋନୀରେ ଘଟିଯାଇଛି ଏକ ଭୟାବହ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ହେରିଟେଜ ପ୍ରପର୍ଟିଜ ବିଲ୍ଡିଂର ପାର୍କିଂ ସ୍ଥାନରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଫଳରେ ୨ଟି କାର ସହ ୮ଟି ଗାଡି ସଂପୂର୍ଣ୍ଣ ରୂପେ ଜଳି ପୋଡି ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହି ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇ ତନାଘନା ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତ ଅନୁସାରେ ସିକ୍ୱିରିଟି ଗାର୍ଡ ସନ୍ଦେହ ଘେରରେ ରହଥିବା ଜଣାପଡିଛି ।

Show More

Related Articles

Leave a Reply

Your email address will not be published. Required fields are marked *