BUSINESSTOP STORIES

ଲଞ୍ଚ ହେଲା Tata Sky Binge, ବିନା ସେଟ ଅପ୍ ବକ୍ସରେ ମାତ୍ର ୨୪୬ଟଙ୍କାରେ ମିଳିବ ପ୍ରିମିୟମ୍ କଣ୍ଟେଟ୍

ନୂଆଦିଲ୍ଲୀ,୧୮ ।୫: ଟାଟା ସ୍କାଏ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ଉପହାର ଆଣିଦେଇଛି କମ୍ପାନୀ । ପ୍ରିମିୟମ୍ କଣ୍ଟେଟକୁ ଦୃଷ୍ଟିରେ ରଖି ନୂଆ ସର୍ଭିସ ସହ ଟାଟା ସ୍କାଏ ଲଞ୍ଚ କରିଛି Tata Sky Binge । ଏହି ସର୍ଭିସକୁ ଆପଣ ଆମାଜନ ଫାୟାର ଟିଭି ଷ୍ଟିକ୍ ଜରିଆରେ ବିନା ସେଟଅପ୍ ବକ୍ସରେ ଘରେ ବସି ଟିଭି ଦେଖି ପାରିବେ । ଏଥିପାଇଁ ଆପଣଙ୍କୁ ଆମାଜନ ଫାୟାର ଟିଭି ଷ୍ଟିକର ଟାଟା ସ୍କାଏ ଏଡିସନ୍ କିଣିବା ପାଇଁ ପଡିବ । ଏଥିପାଇଁ ଗ୍ରାହକମାନଙ୍କୁ ପ୍ରତିମାସରେ ମାତ୍ର ମାତ୍ର ୨୪୯ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ ।

ତେବେ Tata Sky Binge ସର୍ଭିସ ଜରିଆରେ ମିଳୁଥିବା ରିମୋର୍ଟରେ ଆପଣଙ୍କୁ ଭଏସ୍ କମାଣ୍ଡ ପାଇଁ ଆମାଜନ ଏଲେକ୍ସାର ସପୋର୍ଟ ବି ମିଳିବ । ଏହି ସେବା ମାଧ୍ୟମରେ ଆପଣଙ୍କୁ ୧ ଲକ୍ଷ ଘଣ୍ଟା ପର୍ଯ୍ୟନ୍ତ କଣ୍ଟେଟ୍ ମିଳିବ, ଯେଉଁଥିରେ ଆପଣଙ୍କୁ ବଲିଉଡ୍ ହଲିଉଡ୍ ଏବଂ ରିଜିଓନାଲ୍ କଣ୍ଟେଟ୍ ଦେଖିପାରିବେ । ଏହା ସହ ଆପଣ ସମସ୍ତ ରିଆଲିଟି ସୋ ବା ସିରିଏଲ ଦେଖିପାରିବେ ।

ଏହି ସେବାର ଲାଭ ଉଠାଇବା ପାଇଁ ହେଲେ ଆପଣଙ୍କ ନିକଟରେ ସ୍ମାର୍ଟ ଟିଭି ଥିବା ଏବଂ ଇଣ୍ଟରନେଟ୍ କନେକ୍ସନ୍ ଥିବା ଆବଶ୍ୟକ । ଏହା ସହ ଟିଭିର HDMI ପୋର୍ଟରେ ଆମାଜନ୍ ଫାୟାର ଷ୍ଟିକ୍ ଲଗାଇବାକୁ ପଡିବ ।

Show More

Related Articles

Leave a Reply

Your email address will not be published. Required fields are marked *