BREAKING NEWSODISHATOP STORIES

ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ପୁରୀର ନୂଆ CDMO ଭାବେ ନିଯୁକ୍ତି

ଭୁବନେଶ୍ୱର, ୧୮/୫,(ଓଡିଶାଭାସ୍କର) : ଫୋନିରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଥିବା ସତ୍ୱେ ମଧ୍ୟ କାର୍ଯ୍ୟରେ ଅବହେଳା କରିଥିବା ପୁରୀ ଜିଲ୍ଲାର ୪ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବଦଳି କରାଯାଇଛି । ସେହିପରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ରାମଚନ୍ଦ୍ର ରାଉତଙ୍କୁ ବଦଳି କରାଯାଇ ଅନୁଗୁଳର ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ନୂଆ CDMO ଭାବେ ନିଯୁକ୍ତି କରାଯାଇଛି । ଅପରପକ୍ଷେ ସେହିପରି ସୁନ୍ଦରଗଡ ପୌରପାଳିକାର ସ୍ୱାସ୍ଥ୍ୟ ଅଧିକାରୀ ଡାଃ ବସନ୍ତ କୁମାର ମିଶ୍ରଙ୍କୁ ଭୁବନେଶ୍ୱର ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ବଦଳି କରାଯାଇଛି ।

ତେବେ ନିଲମ୍ବିତ ଡାକ୍ତର ହେଉଛନ୍ତି ଡାକ୍ତର ଜାକେଶ ସାମନ୍ତରାୟ, ବାପୁଜୀ ନାୟକ, ଡାକ୍ତର ଜାହାନା ପରୱିନ ଓ ଜସ୍ମିନ ନୀଳିମା ପଣ୍ଡା । ‘ଫୋନି’ ପରବର୍ତ୍ତୀ କାର୍ଯ୍ୟ ବେଳେ ଅନୁପସ୍ଥିତ ଥିବାରୁ ନିଲମ୍ବିତ କରାଯାଇଛି ।

Show More

Leave a Reply

Your email address will not be published. Required fields are marked *

Related Articles