fbpx

ଆଜି ଭୁବନେଶ୍ୱରରୁ ୧୭ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର, ୧୭ା୬(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ଜଣ ଭୁବନେଶ୍ୱରର ହୋଇଥିବା ସୂଚନା ମିଳିଛି । ୧୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ହୋମ୍ କ୍ୱାରେଣ୍ଟିନରୁ ୧୪ ଓ ସ୍ଥାନୀୟ ଅଞ୍ଚଳରୁ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୭ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦିଲ୍ଲୀରୁ ଫେରିଥିବା ରେଳ ବିଭାଗର ୭ ଅଧିକାରୀ ରହିଛନ୍ତିି । ବିମାନବନ୍ଦର ନିକଟ ରାମପୁରରେ ଗୋଟିଏ ପରିବାରର ୨ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ ଫେରନ୍ତା ଏହି ୨ଜଣ ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି । ରାମପୁର ମା ଶକ୍ତି ହସ୍ପିଟାଲ ନିକଟରେ ଜଣେ ୬୪ବର୍ଷୀୟ ବୃଦ୍ଧ, ଡ଼ୁମୁଡ଼ୁମା ହାଉସିଂ ବୋର୍ଡ଼ କଲୋନୀର ଜଣେ ୨୫ବର୍ଷୀୟ ଯୁବକ , ନୟାପଲ୍ଲୀ ଶବର ସାହିରେ ଗୋଟିଏ ପରିବାରର୨ ସଦସ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ ଫେରନ୍ତା ଏହି ୨ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ୟ ଜିଲ୍ଲାର ଜଣେ ଦିଲ୍ଲୀ ଫେରନ୍ତା ୨୪ବର୍ଷୀୟ ଯୁବକ ପଜିଟିଭ ଆସିଛି । ଆକ୍ରାନ୍ତ ଜଣକ ପୁରୀ କେନାଲ ରୋଡ଼ ନହରକଣ୍ଟାର ଜଣେ ୨୭ବର୍ଷୀୟ ଯୁବକ । ଏକ କେନ୍ଦ୍ରୀୟ ହସ୍ପିଟାଲର ୩୨ବର୍ଷୀୟ କର୍ମଚାରୀ , ଜୟଦେବ ବିହାର ଶରଣପଲ୍ଲୀର ଜଣେ ୩୭ବର୍ଷୀୟ ମହିଳା କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ବାହାରିଛି ।
ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱରରୁ ମୋଟ ୧୪୯ ପଜିଟିଭରୁ ୩ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୮୧ଜଣ ସୁସ୍ଥ ହୋଇଛନ୍ତି ଓ ୬୪ଜଣ ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.