BREAKING NEWSNEWSODISHATOP STORIES

ସରିଲା ଶେଷ କ୍ୟାବିନେଟ ବୈଠକ, ପଞ୍ଚଦଶ ବିଧାନସଭା ଭଙ୍ଗ ଲାଗି ସୁପାରିଶ

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ସଚିବାଳୟରେ ଚଳିତ ବିଧାନସଭାର ଶେଷ କ୍ୟାବିନେଟ ବୈଠକ ଶେଷ ହୋଇଯାଇଥିବା ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚାଲଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇ କହିଛନ୍ତି ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ବିଧାନସଭାରେ ସୁପାରିଶ ହୋଇଛି । ମେ ୨୩ରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ରାଜ୍ୟରେ ସରକାର ଗଢ଼ିବ । ପଞ୍ଚଦଶ ବିଧାନସଭା ୨୦୧୪ ମେ ୨୫ରେ ଗଠିତ ହୋଇଥିଲା । ଏବଂ ବାତ୍ୟା କ୍ଷୟକ୍ଷତିକୁ ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।
ଶେଷ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପୁରୀ ଜିଲ୍ଲାରେ ଏପର୍ଯ୍ୟନ୍ତ ପାୱାର ସପ୍ଲାଇ ଦିଆଯାଇ ପାରିନଥିବାରୁ ଲୋକଙ୍କୁ ଆହୁରୀ ୧ହଜାର ଟଙ୍କା ଲେଖାଏଁ ଦିଆଯିବ । ୧୮ତାରିଖରୁ ଏହି ଟଙ୍କା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଫାୟାର ସର୍ଭିସ ଓ ସିଭିଲ ଡ଼ିଫେନ୍ସର କର୍ମଚାରୀ ଜଣକ ପିଛା ଦୈନିକ ୨୦୦ଟଙ୍କା ଲେଖାଏଁ ଦିଆଯିବ । ଏଥିପାଇଁ ୨୪ଲକ୍ଷ ଟଙ୍କା କ୍ୟାବିନେଟ ମଞ୍ଜୁର କରିଛି । ବାହାରୁ ଆସିଥିବା ୧୦ହଜାର ଶ୍ରମିକଙ୍କ ମଧ୍ୟରୁ ଅଣକୁଶଳୀ ଶ୍ରମିକଙ୍କୁ ସରକାରୀ ନିୟମାନୁସାରେ ୨୨୦ବଦଳରେ ୪୨୦ଟଙ୍କା ଦିଆଯିବ । ସେହି ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ୩୨୦ବଦଳରେ ୪୮୦ଟଙ୍କା ଦିଆଯିବ । କୁଶଳୀ ଶ୍ରମିକମାନେ ୩୭୦ଟଙ୍କା ବଦଳରେ ୫୫୫ଟଙ୍କା ପାଇବେ ।

Show More

Leave a Reply

Your email address will not be published. Required fields are marked *

Related Articles