BREAKING NEWSNATIONALODISHATOP STORIES

ସେହିପରି ସୁନ୍ଦରଗଡରେ ପୁଣିଥରେ ଜିତିପାରନ୍ତି ବିଜେପିର ଜୁଏଲ ଓରାମ !

ଭୁବନେଶ୍ୱର,୧୯ ।୫(ଓଡିଶା ଭାସ୍କର): ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ସୁନ୍ଦରଗଡରେ ପୁଣିଥରେ ଜିତିପାରନ୍ତି ବିଜେପିର ଜୁଏଲ ଓରାମ । ଲୋକସଭା ଅଧୀନରେ ଆସୁଥିବା ୭ଟି ଆସନ ମଧ୍ୟରୁ ୫ଟିରେ ଆସନ ହାସଲ କରିପାରେ ବିଜେଡି ।

ସମ୍ବଲପୁରରେ ପ୍ରଥମଥର ପାଇଁ ପଦ୍ମ ଫୁଟିବା ନେଇ ସମ୍ଭାବନା ଦେଖାଦେଇଛି । ବାଜି ମାରିପାରନ୍ତି ଦେବଗଡ ରାଜା ନୀତିଶ ଗଙ୍ଗଦେବ । ତେବେ ସମ୍ବଲପୁର ଲୋକସଭା ଅଧିନରେ ଆସୁଥିବା ବିଧାନସଭା ଆସନ ଗୁଡିକ ମଧ୍ୟରୁ ୪ଟିରେ ବିଜେଡି ବିଜୟୀ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।

କେନ୍ଦୁଝର ଲୋକସଭା ଆସନକୁ ଦଖଲ କରିପାରେ ବିଜେପି । କାରଣ ବିଜେଡି ତରଫରୁ ରାଜନୀତିରେ ନବାଗତ ଭାବେ ପାଦ ଥାପିଥିବା ଚନ୍ଦ୍ରାଣୀ ମୁର୍ମୁଙ୍କୁ ବିଜେପିର ଅଭିଜ୍ଞ ନେତା ଅନନ୍ତ ନାଏକ ଚେକ୍ ଦେବେ ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି । ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଖାତାକୁ ୫ଟି ଏବଂ କଂଗ୍ରେସ ଖାତାକୁ ମାତ୍ର ଗୋଟିଏ ବିଧାନସଭା ସିଟ୍ ଯାଇପାରେ ।
ତେଲକୋଇରେ ପଞ୍ଚମ ଥର ପାଇଁ ବିଜେଡିର ପ୍ରେମାନନ୍ଦ ନାୟକ କ୍ଷମତା ଅଧିକାର କରିପାରନ୍ତି ।

ସେହିଭଳି ବିଧାନସଭା ଆସନ ଘଷିପୁରାରେ କଂଗ୍ରେସ ବାଜିମାର କରିପାରେ ବୋଲି ଏକଜିଟ୍ ପୋଲ୍ ରିପୋର୍ଟ ଦେଇଛି । ଏଥର ବିଜେଡିର ହେଭିୱେଟ୍ ତଥା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ବାଦ୍ ଦେଇ ଘଷିପୁରାବାସୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାଥ୍ ଦେଇଛନ୍ତି ବୋଲି ଭୋଟରଙ୍କ ରିପୋର୍ଟ କହୁଛି ।

ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ଏଥର ପୁଣି ବିଜେଡିର ବିଜୟ ହୋଇପାରେ ବୋଲି ରିପୋର୍ଟ କହୁଛି । ବିଜେଡିର ଭାଗିରଥୀ ସେଠିଙ୍କୁ ଜନସାଧାରଣ ମାନେ ଜିତି ପାରନ୍ତି ବୋଲି ଏକଜିଟ୍ ପୋଲ ରିପୋର୍ଟ କହୁଛି ।
ସେହିଭଳି ପାଟଣା ବିଧାନସଭା ଆସନ ପାଇଁ ଏଥର ପୁଣିଥରେ ବିଜେଡି ଜିତିପାରେ । ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ କେନ୍ଦୁଝର ବିଧାନସଭା ଆସନରେ ହ୍ୟାଟ୍ରିକ୍ ମାରିବ ବିଜେଡି ।

ଅନ୍ୟପଟେ କରଞ୍ଜିଆ ଆସନରେ ଚତୁର୍ଥ ଥର ପାଇଁ ବିଜେଡ଼ି ଏଠାରେ ବିଜୟ ବାନା ଉଡ଼ାଇବ ।

Show More

Leave a Reply

Your email address will not be published. Required fields are marked *

Related Articles