NEWSODISHATOP STORIES

ମୋତେ ବଦନାମ କରିବାକୁ ଷଡଯନ୍ତ୍ର ଚାଲିଛି : ଦୂତୀ

ଭୁବନେଶ୍ୱର,୨୧/୫,(ଓଡିଶାଭାସ୍କର) : ଦୌଡରାଣୀ ଦୂତି ଚାନ୍ଦ ଜଣେ ସମଲିଙ୍ଗୀ ସହ ସଂପର୍କ ପ୍ରସଙ୍ଗ ବର୍ତ୍ତମାନ ସମୟରେ ବେଶ୍ ଚର୍ଚ୍ଚାରେ ରହିଛି । ଏହାକୁ ନେଇ ଆଜି ଆଥଲେଟ ଦୂତୀ ଚାନ୍ଦ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଆଉ ସେ କହିଛନ୍ତି, ‘ମୋ ବିରୋଧରେ ଅପପ୍ରଚାର କରାଯାଉଛି ଏବଂ ମୋତେ ବଦନାମ କରିବା ପାଇଁ ଏକପ୍ରକାର ଷଡଯନ୍ତ୍ର କରାଯାଉଛି । ତେବେ ଏମିତି ମୋତେ ବଦନାମ କରାଗଲେ ମୋର ନୁହେଁ ବରଂ ଓଡିଶା ମଧ୍ୟ ବଦନାମ ହେଉଛି ବୋଲି ସେ କହିଛନ୍ତି’ । ଯିଏ ତାଙ୍କୁ ବଦନାମ କରିବାକୁ ଚାହୁଁଛି ସେ ତାଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ । ‘ମୋ ସଂପର୍କ ବିଷୟରେ ସମସ୍ତଙ୍କୁ ଅବଗତ ଥିଲା । ଆଉ ଏ ସଂକ୍ରାନ୍ତରେ ତାଙ୍କ ମା’ଙ୍କୁ ପଚାରିବା ପୂର୍ବରୁ ତାଙ୍କୁ ପଚାରିବାର ଥିଲା’ ବୋଲି ସେ କହିଛନ୍ତି । ତେବେ ଦୂତୀଙ୍କ ମା କୌଣସି ଚାପରେ ଆସି ଏଭଳି ବୟାନ ଦେଇଛନ୍ତି ବୋଲି ସେ କହିଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles