fbpx

ମୁଖ୍ୟମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି, ଜାଣନ୍ତୁ କାହିଁକି

ପୁରୀ,୨୦/୬(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ପ୍ରସିଦ୍ଧ ରଥଯାତ୍ରାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ରଥଯାତ୍ରା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଗଜପତି ଦିବ୍ୟସିଂହ ଦେବ । ପରିଚାଳନା କମିଟି ବୈଠକ ଆଧାରରେ ଗଜପତି ଚିଠି ଲେଖିଛନ୍ତି । ସୁପ୍ରିମକୋର୍ଟରେ ରାୟର ପୁନର୍ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ଗଜପତି। ରଥଯାତ୍ରାକୁ ଅନୁମତି ଦେବାକୁ ସୁପ୍ରିମ୍‌ କୋର୍ଟ ଯିବାକୁ ସେ ଅନୁରୋଧ କରିଛନ୍ତି ।

ତେବେ ରଥଯାତ୍ରା ପରମ୍ପରାର ଏକାଧିକ ଉଦାହରଣ ରଖି ଗଜପତି ଚିଠିରେ ଲେଖିଛନ୍ତି ଯେ, ଅନ୍ୟ ସ୍ଥାନରେ ନହେଉ ପଛେ ପୁରୀରେ ରଥଯାତ୍ରା କରାଯାଉ।କୋଭିଡ ନିୟମ ପାଳନ ସହ ରଥଯାତ୍ରା ଆୟୋଜନ ପାଇଁ ଆବେଦନରେ ଦାବି କରାଯାଇଛି।ଧର୍ମାଧ୍ୟକ୍ଷ ଶଙ୍କରାଚାର୍ଯ୍ୟଙ୍କ ମତକୁ ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଛି।’

ଏହା ସହ ପୁରାଣ ଓ ପରମ୍ପରାରେ ପୁରୀ ରଥଯାତ୍ରାର ଗୁରୁତ୍ୱ ଦର୍ଶାଇଛନ୍ତି ଗଜପତି। ବିଶ୍ୱର ଅଗଣିତ ଭକ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଚାର କରିବାକୁ ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ମୋଗଲ ଆକ୍ରମଣକୁ ଛାଡି ଅନ୍ୟ ସବୁ ପରିସ୍ଥିତିରେ ରଥଯାତ୍ରା ହୋଇଛି। ଏପରିକି ପ୍ରାକୃତିକ ଓ ବିପର୍ଯ୍ୟୟ ବେଳେ ରଥଯାତ୍ରା ଅନୁଷ୍ଠିତ ହୋଇଛି।

Get real time updates directly on you device, subscribe now.