fbpx

ଅନ୍ତର୍ଜାତୀୟ ଯୋଗ ଦିବସରେ ମୋଦିଙ୍କ ବାର୍ତ୍ତା- ‘କୋରୋନାକୁ ହରାଇବା ପାଇଁ ଯୋଗ ସହାୟକ ହେବ’

ନୂଆଦିଲ୍ଲୀ,୨୧/୬: ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ସବୁ ବର୍ଷ ବହୁ ଆଡମ୍ବରରେ ଏହି ଦିବସ ପାଳନ କରାଯାଏ। କିନ୍ତୁ ଚଳିତବର୍ଷ କରୋନା ସଙ୍କଟ ଯୋଗୁ ଇଲୋକ୍ଟ୍ରୋନିକ୍ସ ଓ ଡିଜିଟାଲ ପ୍ଲାଟଫର୍ମରେ ଯୋଗ ଦିବସ ପାଳନ ହେଉଛି।

ତେବେ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଉଦବୋଧନରେ କହିଛନ୍ତି ଯେ, ‘ଯାହା ସମସ୍ତଙ୍କୁ ଏକ ସାଥିରେ ଆଣେ ତାହା ହିଁ ଯୋଗ। ଯୋଗ ଦିବସ ଏକଜୁଟ୍‌ ହେବାର ଦିନ । ଯୋଗ ସାଧକ ସଙ୍କଟ ବେଳେ ଧୈର୍ଯ୍ୟହରା ହୁଏନି। କୋରୋନାକୁ ହରାଇବା ପାଇଁ ଯୋଗ ସହାୟକ ହେବ । ଯୋଗାଭ୍ୟାସ ଦ୍ବାରା ଆମର ଇମ୍ୟୁନିଟି କ୍ଷମତା ବୃଦ୍ଧି ପାଇଥାଏ। ଯୋଗ ଦ୍ବାରା ସଂଯମତା ଓ ଶକ୍ତି ବୃଦ୍ଧି ହୁଏ। ବୃଦ୍ଧି ଯୋଗକୁ ନିଜ ଜୀବନଚର୍ଯ୍ୟାରେ ସାମିଲ କରନ୍ତୁ। କାରଣ କର୍ମର କୁଶଳତା ହିଁ ଯୋଗ ।’

Get real time updates directly on you device, subscribe now.