NEWSODISHATOP STORIES

ଭଉଣୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଦୂତୀ

ଭୁବନେଶ୍ୱର,୨୧ ।୫(ଓଡିଶା ଭାସ୍କର): ସମଲିଙ୍ଗୀ ସମ୍ପର୍କ ପ୍ରସଙ୍ଗରେ ଚର୍ଚ୍ଚାରେ ଥିବା ଦୌଡରାଣୀ ଦୂତୀ ଚାନ୍ଦ ନିଜ ଭଉଣୀଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏନେଇ ଆୟୋଜିତ ଏକ ସମ୍ମିଳନୀରେ ଦୂତୀ କହିଛନ୍ତି ଯେ, ‘ମୋ ବିରୋଧରେ ଅପପ୍ରଚାର କରାଯିବା ସହ ମୋତେ ବଦନାମ କରିବା ପାଇଁ ଷଡଯନ୍ତ୍ର କରାଯାଉଛି ।’

ତେବେ ଏହି ମାମଲାରେ ନିଜ ଭଉଣୀ ସରସ୍ୱତୀ ହିଁ ଷଡଯନ୍ତ୍ର କରିଥିବା କଥା ସମ୍ମିଳନୀରେ ଦୂତୀ କହିଛନ୍ତି । ଦୂତୀଙ୍କ କହିବା ଅନୁସାରେ,ମୋ ନିଜ ଭଉଣୀ ମୋତେ ଫୋନ୍ କରି ୨୫ ଲକ୍ଷ ଟଙ୍କା ମାଗିଥିଲେ । ଏହା ସହ ସେ ମୋତେ ବହୁତ ଥର ମାରପିଟ୍ ମଧ୍ୟ କରିଥିଲେ, ଯାହାର ସୂଚନା ମୁଁ ପୋଲିସଙ୍କୁ ଦେଇଥିଲି ।’

ଏହି ଘଟଣା ପରେ ସରସ୍ୱତୀର ବ୍ଲାକମେଲ କରିବା ଆରମ୍ଭ ହୋଇଯାଇଥିଲା, ଫଳରେ ମୁଁ ନିଜ ସମ୍ପର୍କ ବିଷୟରେ ସମସ୍ତଙ୍କୁ କହିବାକୁ ବାଧ୍ୟ ହୋଇଥିଲି ବୋଲି ନିଜ ବୟାନରେ ଦୂତୀ କହିଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles