NEWSODISHATOP STORIES

ଶ୍ରୀମନ୍ଦିରରେ ଲାଗିବ ଏଲଇଡି ଲାଇଟ

ପୁରୀ,୨୧/୫ : ଆଜି ପୁରୀରେ ଗଜପତି ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ଲୁହା ଭାରାରେ ସିଂହମୂର୍ତ୍ତି ଭାଙ୍ଗିବା ଘଟଣାରେ ଗଜପତି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିବା ସହ ଏଏସଆଇର କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ପରେ ନୀଳଚକ୍ର ସ୍ଥିତିର ଅନୁଧ୍ୟାନ ହେବା ସହ ଡ୍ରୋନ ଉଡାଇ ନୀଳଚକ୍ର ଉପରୁ ଫଟୋଗ୍ରାଫି କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିରରେ ଏଲଇଡି ଲାଇଟ ମଧ୍ୟ ଲଗାଯିବ । ସିଂହ ଦ୍ୱାରରେ ଉଭୟ ଜୟ ବିଜୟ ମୂର୍ତ୍ତି ସ୍ଥାପନ ସହ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶୌଚାଳୟ କରାଯିବ । ସିଂହଦ୍ୱାରରେ ପାଦଧୁଆ ସ୍ଥାନର ମଧ୍ୟ ପରିବର୍ତ୍ତନ ହେବ ବୋଲି ନିଷ୍ପତ୍ତି ହୋଇଛି ।

Show More

Leave a Reply

Your email address will not be published. Required fields are marked *

Related Articles