fbpx

ଖୁସି ଖବର: ପିପିଲିକୁ ଗଡିବ ‘ମୋ ବସ୍’

ପୁରୀ, ୨୧ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଯାତ୍ରୀଙ୍କ ପାଇଁ ଖୁସି ଖବର । ଜୁନ୍ ୨୩ରୁ ପୁରୀର ପିପିଲିକୁ ଗଡିବ ‘ମୋ ବସ୍’ । ଭୁବନେଶ୍ୱର ମ୍ୟାଷ୍ଟରକ୍ୟାଣ୍ଟିନରୁ ୪ଟି ବସ୍ ପିପିଲିକୁ ଗଡିବ । ପ୍ରଥମ ଦିନ ଚାଲିବ କେବଳ ଗୋଟିଏ ବସ୍, ଯାହାର ସର୍ବାଧିକ ଭଡା ୩୦ ଟଙ୍କା ରଖାଯିବ । କିନ୍ତୁ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମାନିବାକୁ ପଡିବ କୋଭିଡ୍ ନିୟମ । ବସରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ଠିଆ ହୋଇ ଯାତ୍ରା କରିବା ମନା ହୋଇଛି ।

Get real time updates directly on you device, subscribe now.