fbpx

ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପୁରୀ ବିଧାୟକଙ୍କ ଚିଠି, ଜାଣନ୍ତୁ କାହିଁକି

ପୁରୀ,୨୧ ।୬(ଓଡିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି । କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଚଳିତବର୍ଷ ରଥଯାତ୍ରାକୁ ବନ୍ଦ ଦେଇଛନ୍ତି । ଏହାକୁ ନେଇ ବିଭିନ୍ନ ପ୍ରସଙ୍ଗରେ ସ୍ୱର ଉଠିବା ସହ ପୁନଃ ବିଚାର ପାଇଁ ଆବେଦନ କରାଯାଇଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଣୀ ଲାଲଙ୍କୁ ଚିଠି ଲେଖିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଢଙ୍ଗୀ ।

ରଥଯାତ୍ରା କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଜୟନ୍ତ । ଏହା ସହ ବିନା ଭକ୍ତରେ ରଥଯାତ୍ରା କରିବାକୁ ଜୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.